Bikash Khabar
ଅବସର କାଳୀନ ପ୍ରାପ୍ୟରେ ଗାଁ ବିକାଶ,ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି କେଉଁଝର ର ସେନା କର୍ମଚାରୀ

ବାୟୁସେନାରେ କାମ କରୁଥିଲେ ଅବସର ପରେ ଗାଁକୁ ଫେରି ନିଜ ଅଞ୍ଚଳର ଉନ୍ନତି ଦିଗରେ ମନ ବଳାଇଲେ ମିଳିଥିବା  ଅବସର କାଳୀନ ଅର୍ଥକୁ ଗାଁର ବିକାଶ ଦିଗରେ ଖର୍ଚ୍ଚ କଲେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ସେ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ  କରି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ପାଲଟିଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଗ୍ରାମର ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଶରତ କର। ଶ୍ରୀ କର ଅବସର ବେଳେ ପାଇଥିବା ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗାଁର ଶ୍ମଶାନ ଗୃହ ଧର୍ମଶାଳା ସମେତ ଏକାଧିକ ବିକାଶମୂଳକ କାମରେ ଲଗାଇଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଗ୍ରାମର ସ୍ବର୍ଗତ ଭାଗୀରଥି କରଙ୍କ ପାଞ୍ଚପୁଅଙ୍କ ମଧ୍ୟରୁ ଦ୍ବିତୀୟ ହେଉଛନ୍ତି ଶରତ। ଗାଁ ସ୍କୁଲରୁ ଶିକ୍ଷା ଲାଭ କରିବା ପରେ ସେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ବାୟୁସେନାର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ଅବସର ପରେ ୨୦୧୨ରେ ସେ ଗାଁକୁ ଫେରି ଆସିଥିଲେ। ଏହାପରେ ତାଙ୍କର ପ୍ରଥମ ଲକ୍ଷ୍ୟ ଥିଲା ଗାଁର ବିକାଶ। ଏହି କ୍ରମରେ ସେ ପ୍ରଥମେ ଗାଁ ନଈ ତୁଠ, ବୈତରଣୀ କୂଳରେ ପ୍ରାୟ ଲକ୍ଷ ଟଙ୍କା ବ୍ୟୟରେ ସେଠାରେ ଏକ ବିଶ୍ରାମ ଗୃହ ନିର୍ମାଣ କରିଥିଲେ। ଏଥିସହ ଶ୍ମଶାନ ଘାଟକୁ ଯିବା ପାଇଁ ନଈ କୂଳରେ ପାହାଚ ଥିବାରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପାହାଚ ମଧ୍ୟ ତିଆରି କରିଥିଲେ। ସେହିପରି କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ରଘୁନାଥ ଜିଉ ମଠରେ ସବୁବେଳେ ପର୍ଯ୍ୟଟକ ସାଧୁସନ୍ଥଙ୍କ ଭିଡ଼ ଲାଗି ରହୁଥିବାରୁ ସେଠାରେ ସେମାନଙ୍କ ବିଶ୍ରାମ ପାଇଁ ଘରଟିଏ ମଧ୍ୟ ନଥିଲା। ଶ୍ରୀ କର ନିଜସ୍ବ ଅର୍ଥରେ ଏଠାରେ ଏକ ଧର୍ମଶାଳା ନିର୍ମାଣ କରିଛନ୍ତି। ଖାଲି ସେତିକି ନୁହେଁ, ନିଜ ଗାଁରେ ଯେତେସବୁ ଛୋଟଛୋଟ କାମ ଅଧୁରା ରହିଥିଲା ସେ ସବୁକୁ ସମ୍ପୂର୍ଣ୍ଣ କରିଛନ୍ତି। ଗାଁର ଏସବୁ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ତାଙ୍କୁ ପ୍ରାୟ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି।

15/09/2019

Leave a Reply

Your email address will not be published. Required fields are marked *

Comments