Bikash Khabar
ଲକ୍ଷେ ରୁ ଅଧିକ ଲୋକ ରହୁଥିବା ୧୧ ସହର ରେ ହେବ ରିଂ ରୋଡ଼

ସହର ମଧ୍ୟରେ ଅଯଥା ଭିଡ଼ କମାଇବା, ଟ୍ରାଫିକ ପରିଚାଳନା ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ୧୧ ସହରରେ ରିଙ୍ଗ୍ରୋଡ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଯେଉଁ ସହରରେ ଏକ ଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି ସେଠାରେ ଏହି ରିଙ୍ଗରୋଡ୍ପ୍ରକଳ୍ପ କରିବାକୁ ଯୋଜନା ହେଉଛି। ଖୁବ୍ଶୀଘ୍ର ଏନେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର, କଟକ, ପୁରୀ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର, ଭଦ୍ରକ, ବାରିପଦା, ବଲାଙ୍ଗୀର ଏବଂ ଝାରସୁଗୁଡ଼ାରେ ଏହି ରିଙ୍ଗରୋଡ୍ ନିର୍ମାଣ କରିବାକୁ ଯୋଜନା ହୋଇଛି।କେଉଁ ସହରରେ କେତେ କିଲୋମିଟରର ରିଙ୍ଗରୋଡ୍ହେବ, କେତେ ସରକାରୀ ଜମି ଅଛି, କେତେ ଜମି ଅଧିଗ୍ରହଣ ହେବ, କେତେ ଅର୍ଥ ଖର୍ଚ୍ଚ ହେବ, ପ୍ରଥମ ପର୍ଯ୍ୟାୟରେ କେଉଁ ସହରରେ ହେବ ସେନେଇ ଆସନ୍ତା ୧୫ତାରିଖରେ ପୂର୍ତ୍ତ ସଚିବ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ। ରିଙ୍ଗରୋଡ୍ପାଇଁ ଚଳିତ ବଜେଟ୍ରେ କୌଣସି ବ୍ୟବସ୍ଥା ହୋଇନଥିବାରୁ ଆସନ୍ତା ବଜେଟ୍ରେ ଏହି ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ପୂର୍ତ୍ତ ବିଭାଗ ପକ୍ଷରୁ କନସଲଟାନ୍ସି ନିୟୋଜିତ କରି ସବିଶେଷ ସର୍ଭେ କରିବାକୁ ଯୋଜନା ହେଉଛି। ସେହିପରି ଏହି ରିଙ୍ଗରୋଡ ନିର୍ମାଣ ହେଲେ ସହର ଭିତରେ ଥିବା ରାସ୍ତାରେ ଓସାରିଆ ଡ୍ରେନ୍ ନିର୍ମାଣ କରିବା ସହ ସହର ସମ୍ପ୍ରସାରଣ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିବ ବୋଲି କୁହାଯାଇଛି। ଅପରପକ୍ଷେ ଏବେ କଟକରେ ରିଙ୍ଗରୋଡ୍ଥିବାବେଳେ ଏହା ସହରର ତିନି ଭାଗକୁ ଯୋଡ଼ୁଛି। ନୂଆ ଯୋଜନାରେ ବାକି ଅଂଶକୁ ଯୋଡ଼ାଯିବ। ସେହିପରି ଭୁବନେଶ୍ବର ପାଇଁ ରିଙ୍ଗରୋଡ୍ନିର୍ମାଣ କରିବାକୁ ବହୁ ବର୍ଷ ତଳୁ ଯୋଜନା ହୋଇଥିଲେ ହେଁ ଏନେଇ କିଛି କାର୍ଯ୍ୟ ଆଗେଇନି। ସରକାରଙ୍କ ନୂଆ ଯୋଜନାରେ ରାଜଧାନୀ ପାଇଁ ରିଙ୍ଗରୋଡ୍ନିର୍ମାଣ ହୋଇପାରିବ ବୋଲି ଆଶା କରାଯାଉଛି ସେହିପରି ବାକି ସହରଗୁଡ଼ିକ ମଧ୍ୟରୁ କିଛି ସହରରେ ଦୀର୍ଘ ବର୍ଷ ତଳୁ ରିଙ୍ଗରୋଡ୍ନିର୍ମାଣ ଯୋଜନା ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ତାହା ହୋଇପାରିନି।

 

11/10/2019

Leave a Reply

Your email address will not be published. Required fields are marked *

Comments