Bikash Khabar
ସ୍କୁଲରେ ବାଜୁଛି ୱାଟରବେଲ,ପିଲାଏ ପିଉଛନ୍ତି ପାଣି

ନିକଟରେ ମୁମ୍ବଇ ସରକାର ସେଠାକାର ସମସ୍ତ ବିଦ୍ୟାଳୟରେ ଏକ ସ୍ବତନ୍ତ୍ର ୱାଟର୍ ବେଲ୍ ନିୟମ ଜାରି କରିଛି। ଏହି ୱାଟର୍ ବେଲ୍ ପଛର ରହସ୍ୟ ହେଲା ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦ୍ୟାଳୟ ପରିସରରେ ଏକ ବିଶେଷ ଘଣ୍ଟି ବଜାଗଲେ, ସେମାନେ ସେଇ ସମୟରେ ପାଣି ପିଇବେ। ପ୍ରଥମଥର ଭାରତର ଏକ ରାଜ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ସରକାର ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତକୁ ଲକ୍ଷ୍ୟରେ ରଖି ଏହି କାର୍ଯ୍ୟ କରିଥିବାର ପ୍ରକାଶ। କିଛି ମାସ ତଳେ ମୁମ୍ବଇର ୩୩ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା। ପାଠପଢ଼ା, ଖେଳକୁଦ ପ୍ରତି ଧ୍ୟାନଦିଆଯାଉଥିବାବେଳେ ପିଲାଙ୍କ ପାଣି ପିଇବା ବାବଦରେ ଅଭିଭାବକ ଆଦୌ ସଚେତନ ନୁହେଁ। ଯାହା କାରଣରୁ ବିଭିନ୍ନ ପ୍ରକାର ଜଳାଭାବ ରୋଗରେ ପିଲାମାନେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ଶାରୀରିକ ବିକାଶ ମଧ୍ୟ ଠିକ୍ ଭାବେ ହେଉନାହିଁ। ଶ୍ରେଣୀଗୃହରେ ଶିକ୍ଷକ, ଶିକ୍ଷୟିତ୍ରୀ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପାଣି ପିଇବା ସମ୍ପର୍କରେ ସଚେତନ କରାଇବେ। ଶରୀରରେ ଜଳସ୍ତର ଠିକ୍ ରହିଲେ ମନ ସ୍ଥିର ରହିବା ସହ ସ୍ମୃତି ଶକ୍ତି ବଢ଼େ ବୋଲି ବିଶେଷଜ୍ଞଙ୍କ ମତ। ୨୦୧୨ରେ ହୋଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ ୭୫ ବର୍ଷରୁ ଅଧିକ ବୟସ୍କ ଲୋକ ନିୟମିତ ଭାବେ ଠିକ୍ରେ ପାଣି ପିଇବା କାରଣରୁ ହୃଦ୍ରୋଗରେ ଆକ୍ରାନ୍ତ ହେଉଛନ୍ତି। ଆବଶ୍ୟକ ପରିମାଣରେ ପାଣି ପିଇଲେ ମାନସିକ ଅସୁବିଧା ଉପୁଜେ ନାହିଁ, ଚିଡ଼ଚିଡ଼ା ଲାଗିନଥାଏ, ଏହା ସହ ହୃଦ୍ଯନ୍ତ୍ର ମସ୍ତିଷ୍କ ମଧ୍ୟ ସୁସ୍ଥ ରହେ। ଜଣେ ବ୍ୟକ୍ତି ଦିନକୁ ଅତିକମ୍ରେ - ଗିଲାସ ପାଣି ପିଇବା ଉଚିତ। ବିଶେଷଜ୍ଞଙ୍କ ମତରେ ଆପଣ ଯଦି ପାଣି ପିଇବାରେ ଅଭ୍ୟସ୍ତ ନୁହନ୍ତି, ଏଭଳି ପରିସ୍ଥିତିରେ ଲେମ୍ବୁ ପାଣି, କିମ୍ବା ପାଣିରେ କମଳା ରସ, ପୋଦିନା ରସ ପିଇଲେ ତାହା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ନିକଟରେ ଗଂଜାମ ଜିଲା ପ୍ରଶାସନ ମଧ୍ୟ ଅନୁରୂପ ନିଷ୍ପତ୍ତି ନେଇଛନ୍ତି ଘଣ୍ଟି ବଜାଗଲେ, ସେମାନେ ସେଇ ସମୟରେ ପାଣି ପିଇବେ। ତେବେ ଏହି ନିର୍ଦେଶ ଜିଲ୍ଲାର ସବୁ ବିଦ୍ୟାଳୟରେ କାର୍ଯ୍ୟକାରୀ ହେଉନଥିବା ଜଣାପଡିଛି

28/01/2020

Leave a Reply

Your email address will not be published. Required fields are marked *

Comments