Bikash Khabar
ହେଲମେଟ ପିନ୍ଧି ନାଚିଲେ ଦାଣ୍ଡିଆ ,ଜଣାଇଲେ ସଡ଼କ ସୁରକ୍ଷା ସଚେତନତା

ଆସିଯାଇଛି ପାର୍ବଣ ଋତୁ ଗାଁ ଠୁ ସହର ସବୁଠି ଉତ୍ସବ ମୂଖର ମାଦୂର୍ଗା ଧରାବତରଣ କରି ସାରିଥିବା ବେଳେ ସବୁଠି ଦେଖିବାକୁ ମିଳୁଛି ଆଧ୍ୟାତ୍ମିକ ପରିବେଶ ଏହାସହ କେଉଁଠି ମେଢ ଭିତରେ ପ୍ରତିଯୋଗିତା କେଉଁ ଠି ଦାଣ୍ଡିଆ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇ ଲୋକ ଲୋଚନ କୁ ଆସିବାକୁ ଚେଷ୍ଟା କରୁଛନ୍ତି ବିଭିନ୍ନ ପୂଜା କମିଟି ନୂତନ ପରିବହନ ଆଇନ ଲାଗୁ ହେବା ପରେ ସାରା ରାଜ୍ୟରେ ବେ ଆଇନ ଗାଡି ଚାଳକ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ଯାହାପାଇଁ ବିଭିର୍ନ୍ନ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲି ପ୍ଲେଟ ସହ ସଚେତନା ରେଲି କରାଯାଉଥିବା ବେଳେ ବିଭିର୍ନ୍ନ ସମିତି ତରଫରୁ ହେଲମେଟ ବ୍ୟବହାର କୁ ନେଇ ଅଭିନବ ଉପାୟରେ ସଚେତନତା ବାର୍ତ୍ତା ଦିଆ ଯାଉଥିବା ଦେଖିବାକୁ ମିଳିଥାଏ ହେଲେ ଖରିଆର ରୋଡ ସାର୍ବଜନୀନ ନବ ଯୁବକ ନବରାତ୍ରୀ ଉତ୍ସବ ସମିତି ପକ୍ଷରୁ ନଅ ଦିନ ଦାଣ୍ଡିଆ ନୃତ୍ୟ ଅନୁଷ୍ଠିତ ହେଉଥିବା ବେଳେ ଗତକାଲି ଦାଣ୍ଡିଆ ନୃତ୍ୟାରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା ଅଂଶଗ୍ରହଣ କରିଥିବା ସମସ୍ତ ଯୁବକ ଯୁବତୀ ସାଧାରଣ ଜନତା ଙ୍କୁ ଏକ ସଚେତନତା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ମୁଣ୍ଡରେ ହେଲମେଟ ଲଗେଇ ଦାଣ୍ଡିଆ ନୃତ୍ୟରେ ସାମିଲ ହେବାସହ ଦାଣ୍ଡିଆ ଖେଳିଥିଲେ ଖରିଆର ରୋଡ ଏକ ପ୍ରତିଷ୍ଠିତ ବ୍ୟବିସାୟିକ ସହର ହୋଇଥିବା ବେଳେ ସେଠାରେ ଶତାଧିକ ଗୁଜୁରାଟୀ ସମ୍ପ୍ରଦାୟର ପରିବାର ରହୁଛନ୍ତି କେବଳ ଗୁଜୁରାଟୀ କାହିଁକି ସହରରେ ବାସ କରୁଥିବା ମାରୱାଡି,ଜୈନ,ଶିଖ ସହ ବିଭିନ୍ନ ଜାତିର ଲୋକେ ଏହି ଦାଣ୍ଡିଆ ରେ ସାମିଲ ହୋଇ ଥାଆନ୍ତି ଦୀର୍ଘ ଅଣାଅଶୀ ବର୍ଷ ଏହି ସମିତି ପକ୍ଷରୁ ଦାଣ୍ଡିଆ ନୃତ୍ୟ ଚାଲୁଥିବା ବେଳେ ନୂଆପଡା ଜିଲ୍ଲାରେ ଏହି ଦାଣ୍ଡିଆ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ଚଳିତ ବର୍ଷ ପ୍ରତ୍ୟେକ ଦିନ ଦାଣ୍ଡିଆ ନୃତ୍ୟ ମାଧ୍ୟମରେ କିଛି ନା କିଛି ସଚେତନତା ବାର୍ତ୍ତା ଦେଉଥିବା ବେଳେ ଗତକାଲି ହେଲମେଟ ଦାଣ୍ଡିଆର ଆୟୋଜନ ହୋଇଥିଲା ଯେଉଁଥିରେ ସମିତି ପକ୍ଷରୁ ଶତାଧିକ ହେଲମେଟ ଯୋଗେଇ ଦେବାସହ ଉପସ୍ଥିତ ଅତିଥିମାନେ ହେଲମେଟ ବ୍ୟବହାର ଉପରେ ସମସ୍ତଙ୍କୁ ସଚେତନ କରିଥିଲେ କେବଳ ସେତିକି ନୁହେଁ ଉତ୍ତମ ନୃତ୍ୟ ପ୍ରଦର୍ଶନ କରୁଥିବା ଅଂଶଗ୍ରହଣକାରୀମାନଙ୍କୁ ଶେଷ ଦିନରେ ସ୍କୁଟି ସହ ଅନେକ  ଆକର୍ଷଣୀୟ ଉପହାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି   

07/10/2019

Leave a Reply

Your email address will not be published. Required fields are marked *

Comments