Bikash Khabar
ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ରାଉରକେଲା ୱାନ୍ ପ୍ରକଳ୍ପ

ରାଉରକେଲା ସ୍ମାର୍ଟ ସିଟି ଅଧିନରେ ଏବେ ବିଭିନ୍ନ ପ୍ରକଳ୍ପ ଜୋରସୋରରେ ଚାଲିଛି ତନ୍ମଧ୍ୟରୁ ମୁଖ୍ୟ ପ୍ରକଳ୍ପ ହେଲା ରାଉରକେଲା ୱାନ୍ ପ୍ରକଳ୍ପ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ସହରବାସୀଙ୍କୁ ବିଭିନ୍ନ  ସୁବିଧା ଗୋଟିଏ ସ୍ଥାନରେ ମିଳିପାରିବ। ଏହି ପ୍ରକଳ୍ପ ବର୍ତ୍ତମାନ ହକି ଛକ ନିକଟସ୍ଥ ଟ୍ରକ ପାର୍କିଂ ସମ୍ମୁଖରେ ନିର୍ମାଣ ଚାଲିଛି। ଗୋଟିଏ ସ୍ଥାନରେ କମାଣ୍ଡ ଏଣ୍ଡ କଂଟ୍ରୋଲ ସେଣ୍ଟର, ଅଡିଟୋରିୟମ୍, କନଭେନ୍ସନ୍ ସେଣ୍ଟର୍, ଟ୍ରାଇବାଲ୍ ମ୍ୟୁଜିୟମ୍ ସବୁ କିଛିର ସୁବିଧା ନେଇପାରିବେ ଜନସାଧାରଣ କମାଣ୍ଡ ଏଣ୍ଡ କଂଟ୍ରୋଲ ସେଣ୍ଟରରେ ରହିବ ସିଟିଜେନ୍ କିଓସ୍କ୍, ପ୍ରଶାସନିକ କାର୍ଯ୍ୟାଳୟ, ଡାଟା ରିକଭରି ସେଣ୍ଟର, ସର୍ଭେଲାନ୍ସ ମନଟରିଂ ୟୁନିଟ୍ ଇତ୍ୟାଦି। ସେହିପରି ଏଠାରେ ନିର୍ମିତ ହେବାକୁ ଥିବା ଅଡିଟୋରିୟମରେ ୧୩୫୦ ଜଣ ବସିପାରିବା ଭଳି ବ୍ୟବସ୍ଥା କରାଯାଉଛି। ଯାହା ବୋଧହୁଏ ରାଉରକେଲା ସହରର ସର୍ବବୃହତ ଅଡିଟୋରିୟମ ଭାବେ ଉଭା ହେବ। ଏଥିରେ ଅତ୍ୟାଧୁନିକ ଷ୍ଟେଜ୍ ସେଟ୍ ଅପ୍ ଆଲୋକ ବ୍ୟବସ୍ଥା ଆଦି କରାଯିବ। ସେହିପରି ସହରରେ କୌଣସି ଅତ୍ୟାଧୁନିକ କନଭେନସନ୍ ସେଣ୍ଟର ନଥିବା ବେଳେ ଏଠାରେ ନିର୍ମିତ ହେବାକୁ ଥିବା କନଭେନସନ୍ ସେଣ୍ଟରରେ ଏକାଥରକେ ୧୫୦୦ ଜଣ ବ୍ୟବହାର କରିପାରିବା ଭଳି ବ୍ୟବସ୍ଥା ରହିଛି। ଏଠାରେ ଅତିଥି ଗୃହ ସାଙ୍ଗକୁ ଅତ୍ୟାଧୁନିକ କିଚେନ୍ ବ୍ୟବସ୍ଥା ମଧ୍ୟ ରହିଛି । ସବୁଠୁ ଗରୁତ୍ୱପୂର୍ଣ୍ଣ ହେଲା ଏହି ପ୍ରକଳ୍ପ ଅଧିନରେ ଏକ ଟ୍ରାଇବାଲ ମ୍ୟୁଜିୟମ ମଧ୍ୟ ନିର୍ମିତ ହେଉଅଛି। ତିନି ମହଲା ବିଶିଷ୍ଚ ଏହି ମ୍ୟୁଜିୟମରେ ଆଦିବାସୀ କଳାକୃତି ସାମଗ୍ରୀ ପ୍ରଦର୍ଶିତ ହେବ। ତା ସାଙ୍ଗକୁ ଏଠାରେ ରହିବ ଲାଇବ୍ରେରୀ, ଅଡିଓ ଭିଜୁଆଲ୍ ରୁମ୍ ଏବଂ ହକି ହଲ ଅଫ୍ ଫେମ୍। ୧୦୪ କୋଟି ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ୨୦୧୧ ରେ ସରିବ

12/11/2020

Leave a Reply

Your email address will not be published. Required fields are marked *

Comments