Bikash Khabar
ଏଥର ପୂଜା ଛୁଟିରେ ଖୋଲିବ ଆରଟିଓ ଅଫିସ

 ଏଥର ପୂଜା ଛୁଟିରେ ଖୋଲିବ ଆରଟିଓ ଅଫିସ

ଆସନ୍ତା ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପୂଜା ଛୁଟି ସତ୍ତ୍ବେ ଶନିବାର ଓ ସୋମବାର ଦିନ ରାଜ୍ୟର ସମସ୍ତ ଆର୍‌ଟିଓ କାର୍ଯ୍ୟାଳୟ ଖୋଲାରହିବପାର୍ବଣ ସମୟ ଯୋଗୁଁ ପ୍ରାୟ ସମସ୍ତ ଗାଡ଼ି ସୋ-ରୁମ୍‌ ମାଲିକମାନେ ଆକର୍ଷଣୀୟ ଅଫର ରଖୁଛନ୍ତିଏଥିପାଇଁ ଏହି ସମୟରେ ଗାଡ଼ି କିଣା ହାର ବୃଦ୍ଧି ପାଇବଯେହେତୁ ଏସମୟରେ ପୂଜା ଛୁଟି ପଡୁଛି, ତେଣୁ ଗାଡ଼ି ଗୁଡିକର ପଞ୍ଜିକରଣ କରିବାରେ ସମସ୍ୟା ହୋଇପାରେତେଣୁ ପଞ୍ଜିକରଣ ସମ୍ବନ୍ଧୀୟ କାଗଜପତ୍ର ଗ୍ରହଣ କରିବା ପାଇଁ ସମସ୍ତ ଆର୍‌ଟିଓ ଅଫିସ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି। ‌ଏହି ପୂଜା ଛୁଟି ସମୟରେ ଡିଏଲ୍‌ ଓ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛିଏପରିକି ଡିଲରମାନେ ଯେପରି ବିନା ପଞ୍ଜିକରଣରେ କୌଣସି ଗାଡ଼ି ବିକ୍ରି ନକରନ୍ତି, ତାହା ତଦାରଖ କରିବାକୁ ଆର୍‌ଟିଓମାନଙ୍କୁ କୁହାଯାଇଛିଯଦି କୌଣସି ଡିଲର ବିନା ପଞ୍ଜିକରଣରେ ଗାଡ଼ି ବିକ୍ରି କରୁଥାନ୍ତି, ତେବେ ସେମାନଙ୍କ ଟ୍ରେଡ୍‌ ଲାଇସେନ୍ସ ବାତିଲ କରିଦିଆଯାଇପାରେ ବୋଲି ଚେତାବନୀ ଦିଆଯାଇଛିସୂଚନା ଯୋଗ୍ୟଯେ ନୁଆଁ ମୋଟର ଯାନ ଆଇନ ଆସିବା ପରେ ଆରଟିଓ ଅଫିସ ରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛିଆରଟିଓ ଅଫିସ ଗୁଡିକୁ ଦଲାଲ ମୁକ୍ତ କରାଯିବ ସତ୍ୱେ ସେମାନେ ଆରଟିଓ ଅଫିସ ର ଅନତି ଦୂରରେ ବସି ନିଜର ବ୍ୟବସାୟ ପରିଚାଳନା କରୁଛନ୍ତି ଆରଟିଓ ଅଫିସ ରେ ଲର୍ଣ୍ଣର ଲାଇସେନ୍ସ ପାଇଁ ପ୍ରବଳ ଭିଡ଼ ହେବ ପରେ ଭୁବନେଶ୍ୱର ର ଅନ୍ୟ ଦୁଇଟି ଜାଗାରେ ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି ।  

03/10/2019

Leave a Reply

Your email address will not be published. Required fields are marked *

Comments