Bikash Khabar
ଚାଷୀଙ୍କ ମୁହଁରେ ହସ ଆଣିଦେଲା ସବଜି କୁଲର

ଓଡ଼ିଶାର ଅନେକ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ଦୂରସ୍ବପ୍ନ ହୋଇ ରହିଥିବା ବେଳେ ସୁନ୍ଦରଗଡ଼ ଚାଷୀ ମାନେ ଏବେ ଘର ପାଖରେ କମ ଖର୍ଚ୍ଚରେ ପାଇଯାଇଛନ୍ତି ଶୀତଳ ଭଣ୍ଡାର ଭଳି ପରିବା ସାଇତି ରଖିବା ଭଳି ବ୍ୟବସ୍ଥା। ଏହାକୁ ସେମାନେ ସବଜି କୁଲର ବୋଲି କହୁଛନ୍ତି  ମୁମ୍ବାଇର ଏକ ପ୍ରଯୁକ୍ତି ସଂସ୍ଥା ଆବଶ୍ୟକୀୟ କୌଶଳ ଜ୍ଞାନ ଦେଇଛି  ଇଟା,ବାଲି,ଅଙ୍ଗାର ଆସ୍ତରଣ ଦେଇ ଏହା ଏଭଳି ଭାବେ ତିଆରି ହୋଇଛି ଯେ ଏହିରେ ୧୦୦ କେଜି ଯାଏଁ ପନିପରିବା ଫଳ ସପ୍ତାହ ଯାଏଁ ରହିପାରିବ  ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ସଂସ୍ଥା ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି  ଜିଲ୍ଲାପାଳ ନିଜ ଟ୍ୱିଟ ଜରିଆରେ ଏଭଳି କୌଶଳର ସୂଚନା ଦେଇଛନ୍ତି  ପ୍ରଥମ ପର୍ଯ୍ୟାୟରେ ବାଲିଶଙ୍କରା,କୁଆଁର ମୁଣ୍ଡା ,ଟାଙ୍ଗରପାଲି,ବ୍ଲକ ରେ ୫୦ ଟି ସବଜି କୁଲର ତିଆରି ହୋଇଛି  ଏହା ସମ୍ପୂର୍ଣ୍ଣ ପ୍ରାକୃତିକ  ପରିବା ଶୀତଳ ପାଇଁ ଏହି କୁଲର ରେ ବିଜୁଳି ଶକ୍ତି କିମ୍ବା ସୌର ଶକ୍ତି କିଛି ଲୋଡ଼ା ପଡୁନି

20/10/2020

Leave a Reply

Your email address will not be published. Required fields are marked *

Comments