Bikash Khabar
ସଫାଈ ମିତ୍ର, ବିଏମସି ଜାରିକଲା ଟୋଲ ଫ୍ରି ନମ୍ବର

ନଭେମ୍ବର ୧୯ରେ ଦେଶରେ ଆରମ୍ଭ ହୋଇଛି ସଫାଇ ମିତ୍ରଯୋଜନା। ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଗୁରୁତ୍ବ ଦେଇଛି। ଭୁବନେଶ୍ବରରେ ଏହି କାର୍ଯ୍ୟକ୍ରମକୁ ଯଥାଶୀଘ୍ର ଲାଗୁ କରିବା ପାଇଁ ବିଏମ୍ସି ଆଗ୍ରହ ପ୍ରକାଶ କରିଛି ଏଥିପାଇଁ  ଏକ ଦେୟମୁକ୍ତ ୨୪ ଘଣ୍ଟିଆ ଫୋନ୍ସେବା ଆରମ୍ଭ କରାଯାଇଛି। ନାଗରିକଙ୍କୁ ସଠିକ୍ସୂଚନା ଦେଇ ସମସ୍ୟା ସମାଧାନରେ ଭାଗୀଦାର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମରେ ଦେୟମୁକ୍ତ ୨୪ଘଣ୍ଟିଆ ଫୋନ୍ସେବା-୧୪୪୨୦ ଜାରି ହୋଇଛି। ଏହି ଫୋନ୍ସେବା ଲାଗୁ କରିବାରେ ବିଏମ୍ସି ସମଗ୍ର ଦେଶରେ ଆଗରେ ରହିଛି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସହରରେ ଥିବା ସେପ୍ଟିକ୍ ଟାଙ୍କି ସ୍ବରେଜ୍ଲାଇନ୍ ସୁରକ୍ଷିତ ସଫେଇକୁ ପ୍ରୋତ୍ସାହନ ଦିଆଯିବ। ଯାନ୍ତ୍ରିକ ସଫେଇକୁ ଆଗେଇ ନେବା ବିପଦପୂର୍ଣ୍ଣ ସଫେଇରୁ ଦୂରେଇ ରହିବା ଏବଂ ସଫେଇ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ରାଜଧାନୀବାସୀ ଉକ୍ତ ଟୋଲ୍ ଫ୍ରି ନମ୍ବରର ଅହୋରାତ୍ର ଫୋନ୍କରିପାରିବେ। ଏହି ଟୋଲ୍ ଫ୍ରି ନମ୍ବରକୁ ବିଏମ୍ସିର ଟୋଲ୍ ଫ୍ରି ନମ୍ବର ୧୮୦୦୩୪୫୦୦୬୧ ସହିତ ଲିଙ୍କ୍ କରାଯାଇଛି। ଯାହାଦ୍ୱାରା ରାଜଧାନୀବାସୀ କୌଣସି ପ୍ରକାରର ସନ୍ଦେହରେ ରହିବେ ନାହିଁ। ସେପ୍ଟିକ୍ ଟାଙ୍କି ସ୍ବରେଜ୍ ଲାଇନ୍ ନିରାପଦ ମଳ ନିସ୍ତାରଣକୁ ଉତ୍ସାହିତ କରିବା କ୍ଷେତ୍ରରେ ଲୋକଙ୍କ ଆଚରଣଗତ ପରିବର୍ତନ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ ଅଧୀନରେ ଅନେକ ଶିକ୍ଷା ସୂଚନା ଯୋଗାଯୋଗ ପଦକ୍ଷେପ ନେବାକୁ କୁହାଯାଇଛି।

12/12/2020

Leave a Reply

Your email address will not be published. Required fields are marked *

Comments