Bikash Khabar
ସେଲ ପାଇଲା ପ୍ରଥମ ମହିଳା ଅଧ୍ୟକ୍ଷା

ଷ୍ଟିଲ୍ଅଥରିଟି ଅଫ୍ଇଣ୍ଡିଆ ଲିମିଟେଡ୍‌(ସେଲ୍‌) ପରବର୍ତ୍ତୀ ଅଧ୍ୟକ୍ଷା ହେବେ ସୋମା ମଣ୍ଡଳ। ଏନେଇ ଆଜି କେନ୍ଦ୍ର ସରକାରଙ୍କ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍‌(ଏସିସି) ସୋମାଙ୍କ ନାମରେ ମୋହର ମାରିଛି। ଆସନ୍ତା ଜାନୁଆରି ତାରିଖରୁ ସେ ଏହି ଦାୟିତ୍ବ ତୁଲାଇବେ। ୨୦୨୩ ଏପ୍ରିଲ୍ ପର୍ଯ୍ୟନ୍ତ ସେ ଏହି ପଦରେ କାର୍ଯ୍ୟ କରିବେ। ଗତ ଅଗଷ୍ଟ ମାସରେ ନୂତନ ଅଧ୍ୟକ୍ଷ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଚୟନ ବୋର୍ଡ (ପିଏସ୍ଇବି) ସୋମାଙ୍କ ନାମ ପ୍ରସ୍ତାବ ଦେଇଥିଲା। ବ୍ୟାପକ ତର୍ଜମା ପରେ ଆଜି କ୍ୟାବିନେଟ୍କମିଟି ଏହି ନିଷ୍ପତ୍ତି ନେଇଛି। ପ୍ରକାଶଥାଉକି, ସେଲ୍ ଅଧ୍ୟକ୍ଷ ହେବାରେ ସେ ହେଉଛନ୍ତି ପ୍ରଥମ ମହିଳା। ସଂପ୍ରତି ସେଲ୍ବାଣିଜ୍ୟିକ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନିର୍ବାହ କରୁଥିବା ସୋମା ହେଉଛନ୍ତି ରାଉରକେଲା ସ୍ଥିତି ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି) ୧୯୮୪ ବ୍ୟାଚ୍ଇଲେକ୍ଟ୍ରିକାଲ୍ଇଂଜିନିଅରିଂ ଛାତ୍ରୀ। ନାଲ୍କୋରୁ ଚାକିରୀ ଜୀବନ ଆରମ୍ଭ କରିଥିବା ସୋମାଙ୍କୁ ଏନ୍ଆଇଟି ଆଲୁମିନି ଆସୋସିଏସନ୍, ସେଫି ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।

29/11/2020

Leave a Reply

Your email address will not be published. Required fields are marked *

Comments