Bikash Khabar
ଜୀବନ ଜୀବିକାର ଉନ୍ନତି ଓ ଜଙ୍ଗଲଜମି ଅଧିକାର କୁ ନେଇ ସଚେତନତା ସୃଷ୍ଟି କରୁଛି ସକାଳ ଅନୁଷ୍ଠାନ

ଗଜପତି ଜିଲ୍ଲାର ଏକ ପ୍ରମୁଖ ସାମାଜିକ ସଂଗଠନ ସକାଳ ବିଗତ ଦୁଇଦଶନ୍ଧୀ ଧରି ଜିଲ୍ଲାରେ ବ୍ୟାପକ ଜନସଚେତନତା ସୃଷ୍ଟି ଦିଗରେ ନିଜର ନିରବଛିନ୍ନ ଯୋଗଦାନ ଦେଇଆସିଛି ଜଙ୍ଗଲ ଜମିର ଅଧିକାର,ପାରମ୍ପରିକ ମିଲେଟ ଜାତୀୟ ଖାଦ୍ୟ ଶସ୍ୟ ସୁରକ୍ଷା ,ସଂରକ୍ଷଣ ତଥା ପ୍ରଚଳନ ବନବାସୀଙ୍କ ଜୀବନ ଜୀବିକା ଉନ୍ନତି ଦିଗରେ ସକାଳ ଅନୁଷ୍ଠାନ ସଫଳ ହୋଇଛି ବୋଲି ଆୟୋଜିତ ସଂଗଠନର ୨୦ ତମ ବାର୍ଷିକ ଉତ୍ସବ ରେ ମତ ପ୍ରକାଶ ପାଇଛି ବ୍ରାହ୍ମଣଦେଇ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ ସମାରୋହ ରେ ଅନୁଷ୍ଠାନର ସଭାପତି ସୁରେଶ ଚନ୍ଦ୍ର ବିଶୋୟୀ ଙ୍କ ପୌରୋହିତ୍ୟ ରେ ସଭାକାର୍ଯ୍ୟ ପରିଚାଳନା ହୋଇଥିଲା। ଉପଦେଷ୍ଠା ପଦ୍ମନାଭ ଆରୁଖ,ସମ୍ପାଦକ ନଗେନ୍ଦ୍ର ନନ୍ଦୀ ,ପରିଚାଳନା କମିଟି ସଦସ୍ୟ ଡାକ୍ତର ଅରୁଣ ସାମଲ,ଗୌରୀଶଙ୍କର ମିଶ୍ର,ଡାକ୍ତର ମନୋଜ କୁମାର ମହାନ୍ତି,ଶତ୍ରୁଘନ ସାମଲ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମଲ୍ଲିକ ,ମଳାଶ ପଦର ନାଏବ ସରପଞ୍ଚ ଇସମାଏଲ ଦଳବେହେରା,ବ୍ରାହ୍ମଣୀ ଦେଇ ନାଗରିକ ସଂଗଠନର ସଭାପତି କେଶବ ମଲ୍ଲିକ ,ପୂର୍ବତନ ସରପଞ୍ଚ ହରିଶ୍ଚନ୍ଦ୍ର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବାର୍ଷିକ ଉତ୍ସବ ଅବସର ରେ ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ଗୌଡ଼ଙ୍କ ନେତୃତ୍ୱରେ ବିଭିନ୍ନ ସାମାଜିକ  ସମସ୍ୟାକୁ ଆଧାର କରି ନାଟକ ମଞ୍ଚସ୍ଥ ହୋଇଥିଲା।ପ୍ରକଳ୍ପଅଞ୍ଚଳରୁ ବହୁ ଅଂଶୀଦାର ଏଥିରେ ଯୋଗଦାନ କରିଥିଲେ

01/09/2019

Leave a Reply

Your email address will not be published. Required fields are marked *

Comments