Bikash Khabar
ଅସହାୟ ମହିଳାଙ୍କ ଦ୍ୱାରା ଆରମ୍ଭ ହେଲା ରାଜ୍ୟର ପ୍ରଥମ ବ୍ୟୁଟି ସାଲୁନ ‘ଏନ୍‌ରିଚ୍‌’

ସମାଜରେ ବହୁ ଅସହାୟ ସୁବିଧାରୁ ବଂଚିତ  ମହିଳା ରହିଛନ୍ତି, ଯେଉଁମାନଙ୍କୁ ରୋଜଗାର କରିବାକୁ ସୁଯୋଗ ଛାଡ଼ ଦୁଇଓଳି ଦୁଇ ମୁଠା ଖାଦ୍ୟ ଯୋଗାଡ଼ କରିବା ପାଇଁ ସଂଘର୍ଷ କରିବାକୁ ପଡେ ଫଳରେ ସେମାନଙ୍କ ପାଇଁ ଜୀବନଧାରଣ କରିବା କଷ୍ଟସାଧ୍ୟ ହୋଇଯାଏ। ଏପରି ସ୍ଥିତିକୁ ଭୁବନେଶ୍ୱର ଲେଡିଜ୍ସର୍କଲ-୧୨(ବିଏଲ୍ସି-୧୨) ପକ୍ଷରୁ ହୃଦୟଙ୍ଗମ କରାଯାଇ ଏକ ଅଭିନବ ପ୍ରୟାସ ସ୍ବରୂପ ଶହୀଦନଗରଠାରେ ବ୍ୟୁଟି ସାଲୁନ ଏନ୍ରିଚ୍ଖୋଲାଯାଇଛି। ଏଠାରେ ଅସହାୟ ମହିଳାମାନଙ୍କୁ ତାଲିମ ଦିଆଯିବା ପରେ କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେମାନେ କାହା ଉପରେ ନିର୍ଭର କରି ଯେପରି ମର୍ଯ୍ୟଦାଜଙ୍କ ଭାବେ  ନିଜେ କାମ କରି ପେଟ ପୋଷିପାରିବେ ସେଥିପାଇଁ ବିଏଲ୍ସି-୧୨ ଦ୍ୱାରା ଏହି ବ୍ୟବସ୍ଥା କରାଯାଇଛି। ସାମାଜିକ କର୍ମୀ ତଥା ଆଇନଜୀବୀ ନମ୍ରତା ଚଢ଼ାଙ୍କ ଦ୍ୱାରା ରବିବାର ଉଦ୍ଘାଟିତ ହୋଇଥିବା ଏହି ସାଲୁନର ପରିଚାଳନା ଭାର ସାମାଜିକ ଅନୁଷ୍ଠାନ ଗ୍ରାମ ଉତ୍ଥାନକୁ ହସ୍ତାନ୍ତର କରାଯାଇଛି। ଏନେଇ ବିଏଲ୍ସି-୧୨ର ଅଧ୍ୟକ୍ଷା ନାନ୍ସୀ ଖିମ୍ଜୀ କହିଛନ୍ତି, ଏହା ବିଏଲସିର ଏକ ଅଭିନବ ଉଦ୍ୟମ। ଓଡ଼ିଶାରେ ଏଭଳି କାର୍ଯ୍ୟ ପ୍ରଥମ ଥର ଲାଗି ହୋଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟଯେ , ମହିଳାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲାଗିି ସେମାନଙ୍କୁ ତାଲିମ୍ଦିଆଯାଉଛି, ହେଲେ ଚାକିରି ମିଳିପାରୁନାହିଁ। ଚାକିରି ପାଇବା ଲାଗି ସେମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ୁଛି। କିନ୍ତୁ ବିଏଲ୍ସି-୧୨ର ଏହି ଅଭିନବ ପ୍ରୟାସ ଦ୍ୱାରା ସେମାନଙ୍କୁ ତାଲିମ୍ସହ ଚାକିରି ମଧ୍ୟ ଦିଆଯାଉଛି। ଭବିଷ୍ୟତରେ ସେମାନେ ନିଜେ ରୋଜଗାର କରିବା ସହିତ ନିଜ ସ୍ବାଧୀନତା ଅନୁସାରେ କାର୍ଯ୍ୟ କରିପାରିବେ ନିଜ ନିଜ କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି କରିପାରିବେ ବୋଲି ଭୁବନେଶ୍ୱର ଲେଡ଼ିଜ ସର୍କଲ  ପକ୍ଷରୁ କୁହାଯାଇଛି

12/06/2019

Leave a Reply

Your email address will not be published. Required fields are marked *

Comments