Bikash Khabar
ରାଜ୍ୟର ସର୍ବାଧିକ ଲୁଣ ଉତ୍ପାଦନ କରୁଥିବା ହୁମାରେ ଏବେ ଲୁଣ ଉତ୍ପାଦନ ବନ୍ଦ

ଲୁଣ ଉତ୍ପାଦନ ପାଇଁ ଗଂଜାମ ଜିଲ୍ଲାର  ହୁମ୍ମା ପ୍ରସିଦ୍ଧି ଲାଭ କରିଥିଲା ରମ୍ଭା ଗଂଜା ମଧ୍ୟବର୍ତ୍ତୀ ଅଞ୍ଚଳରେ ଜାତୀୟ ରାଜପଥ କଡ଼ରେ ଥିବା ଏହି ଛୋଟିଆ ସହର ଅର୍ଥନୀତି ଲୁଣ କୁ ଆଧାର କରି ଗଢି ଉଠିଥିଲା ଏକଦା ଏଠାରୁ ଶହଶହ ହେକ୍ଟର ଜମିରେ ଲୁଣ ଉତ୍ପାଦିତ ହୋଇ ରାଜ୍ୟ ତଥା ରାଜ୍ୟ ବାହାରକୁ ବିକ୍ରି ପାଇଁ ଯାଉଥିଲା। ଗ୍ରାମାଞ୍ଚଳ ଗୁଡିକର ଆବଶ୍ୟକତା ମେଣ୍ଟାଇବା ପାଇଁ ଶଗଡ଼ରେ ଲୁଣ ପରିବହନ ହେଉଥିଲା ଲୁଣ ଚାଷୀ,ଶ୍ରମିକ ବ୍ୟବସାୟୀ ଙ୍କ ଗହଳ ଚହଳ ଲାଗିରହୁଥିବା ହୁମା ରେ ଏବେ ବିଗତ ବର୍ଷରୁ ଅଧିକ ସମୟ ଧରି ଆଉ ଲୁଣ ଉତ୍ପାଦନ ହେଉନି ଏବେ ଏହି ଲବଣ ଶ୍ରମିକଙ୍କ ଜୀବିକା ବିପନ୍ନ ଲୁଣ ମାରିବା ପାଇଁ ଉଦିଷ୍ଠ ଚାଷଜମିରେ ଏବେ ଆଉ ସମୁଦ୍ର ପାଣି ମାଡିପାରୁନି ଶ୍ରମିକଟିଏ ତାର ପରିବାର ବର୍ଗ ସହିତ ମିଶି  ଚାଷ ଜମିକୁ ଲିଜ ନେଇ ଯେତେ ମେହନତୀ କଲେବି ପାରିଶ୍ରମିକ ଉଠାଇପାରୁନି। ଏହି କାରଣରୁ କାମଧନ୍ଦା ଖୋଜି ଲୁଣ ଚାଷୀମାନେ ବାହାର ରାଜ୍ୟକୁ ଚାଲିଯାଉଛନ୍ତି  ଏହି ସବୁ କାରଣରୁ  ରାଜ୍ୟରେ ସର୍ବାଧିକ ଲୁଣ ଉତ୍ପାଦନ କରୁଥିବା ହୁମା ଗତ ପାଞ୍ଚ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଲୁଣ ଉତ୍ପାଦନ ବନ୍ଦ ରହିଛି ଜିଲ୍ଲା ପ୍ରଶାସନ ଲୁଣ ଚାଷୀଙ୍କ ପ୍ରକୃତ ସମସ୍ୟା ବୁଝି ସମଦନ କରିବାକୁ ନିଜର ଦାୟିତ୍ୱବୋଲି ମନେକରୁନାହିଁ 

 

15/06/2019

Leave a Reply

Your email address will not be published. Required fields are marked *

Comments