Bikash Khabar
ସୁଦର୍ଶନ ଙ୍କ ବାଲୁକା କଳାରେ ବେଳାଭୂମିରେ ମହାପ୍ରଭୁ ଙ୍କ ନାଗାର୍ଜୁନ ବେଶ

୨୫ ବର୍ଷ ପରେ ଶ୍ରୀମନ୍ଦିର ରେ ହୋଇଛି  ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଏହି ଦେବ ଦୁର୍ଲଭ ବେଶ ଚଳିତ ଶତାବ୍ଦୀର ପ୍ରଥମ ବେଶ ହୋଇଥିବା ବେଳେ ଦର୍ଶନରୁ ବଂଚିତ ହୋଇଛନ୍ତି ଭକ୍ତ  ଭକ୍ତଂକ ଆବେଗ କୁ ବୁଝିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କୁ ଅତ୍ୟନ୍ତ ନିଖୁଣ କମନୀୟ କରି ତିଆରି କରିଛନ୍ତି  ଏହି ଆନ୍ତଃର୍ଜାତୀୟ ବାଲୁକା ଶିଳ୍ପୀ ଙ୍କ ସ୍ପର୍ଶ ରେ ଯୋଧା ବେଶରେ ଝଟକୁଛନ୍ତି ମହାପ୍ରଭୁ  ଏହି ବେଶକୁ ପର୍ଶୁରାମ ବେଶ ବୋଲି ମଧ୍ୟ  କୁହାଯାଏ ଶ୍ରୀମନ୍ଦିର ଭିତରେ ଯେଉଁ ଭଳି ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧାରଣ କରିଥାନ୍ତି ଠିକ୍ ସେହିପରି ଭାବେ ବାଲୁକା କଳାରେ ସଜେଇଛନ୍ତି ସୁଦର୍ଶନ ବେଳାଭୂମୀ କୂଳରେ ନିର୍ମାଣ ହୋଇଥିବା ଏହି ବାଲୁକା କଳା ଅତି ଆକର୍ଷଣୀୟ ହୋଇଛି ଚଳିତ ବର୍ଷ କରୋନା କଟକଣା ପାଇଁ ନାଗାର୍ଜୁନ ବେଶକୁ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି ଭକ୍ତ ହେଲେ  ବେଳାଭୂମୀରେ  ବାଲୁକା କଳାରେ ନିର୍ମିତ ଏହି ନାଗାର୍ଜୁନ ବେଶକୁ ଦର୍ଶନ କରିଭକ୍ତ ଶ୍ରଦ୍ଧାଳୁ ଖୁସି ପ୍ରକଟ କରିଛନ୍ତି

27/11/2020

Leave a Reply

Your email address will not be published. Required fields are marked *

Comments