Bikash Khabar
ଗରିବ ମେଧାବୀଙ୍କ ପାଇଁ ସନ୍ଦୀପ ପାଲଟିଛନ୍ତି ବହି ମଣିଷ

ଆଜିର ସମାଜରେ ଏପରି ଅନେକ ଅଛନ୍ତି ଯେଉଁମାନେକି ନିଜର ଆର୍ଥିକ ଅସୁବିଧା କାରଣରୁ ବହିଟିଏ କିଣିବା ପାଇଁ ସକ୍ଷମ ହୋଇପାରୁନାହାନ୍ତି ଯାହାଫଳରେ ସେମାନଙ୍କ ଆଶା ଆକଂକ୍ଷା ସ୍ବପ୍ନ ହୋଇ ରହିଯାଉଛି  ହେଲେ ଏତିକିବେଳେ ଏହି ଅଭାବୀ ପିଲାଙ୍କ ସ୍ୱପ୍ନ ପୂରା କରିବାକୁ ଆଗକୁ ଆସିଛନ୍ତି ଜଣେ ବଦାନ୍ୟ ମଣିଷ ସେ ହେଉଛନ୍ତି ଚଣ୍ଡିଗଡ଼ର ସନ୍ଦୀପ କୁମାର  ସନ୍ଦୀପ ପାଠ ପଢ଼ିବାର ସ୍ବପ୍ନ ଦେଖୁଥିବା ଅଥଚ ବହିଟିଏ କିଣିବାକୁ ସ୍ମାର୍ଟ ହେଉନଥିବା  ପିଲାଙ୍କୁ ପୁସ୍ତକ ଦେବା ପାଇଁ ଘର ଘର ବୁଲି ବହି ମାଗି  ଯୋଗାଡ଼ କରୁଛନ୍ତି    ଅର୍ଥିକ ଅଭାବ ଅନଟନରେ ପୁସ୍ତକ କିଣି ପାରୁନଥିବା ପିଲାଙ୍କ ପାଇଁ ସନ୍ଦିପ୍ ଗତ ବର୍ଷ ତଳେ ଓପନ୍ ଆଇ ଫାଉଣ୍ଡେସନ୍ନାମକ ଏକ ସାମାଜିକ ସଂଗଠନ ଗଢି ଏଭଳି ପ୍ରୟାସ ଆରମ୍ଭ କରିଥିଲେ ତେବେ ନିରନ୍ତର ପ୍ରୟାସରେ ସନ୍ଦିପ ଗତ ଦୁଇ ବର୍ଷ ମଧ୍ୟରେ ପାଖାପାଖି ୩୦ ହଜାରରୁ ଉର୍ଧ୍ଵ  ବହି ଯୋଗାଡ଼ କରିବା ସହ ଆବଶ୍ୟକତା ଲୋଡୁ ଥିବା  ପିଲାଙ୍କ ହାତରେ ଦେଇ ସେମାନଙ୍କ ମୁହଁରେ ହସ ଦେଖିଛନ୍ତି  ହଜାରରୁ ଅଧିକ  ଛାତ୍ରଛାତ୍ରୀ ସନ୍ଦୀପ ଙ୍କର ଏହି ସେବା ଗ୍ରହଣ କରିଥିବା ଜଣାଯାଇଛି ଯାହାକୁ ନେଇ ଏବେ ପ୍ରଶଂସାର ପାତ୍ର ପାଲଟିଛନ୍ତି ସନ୍ଦିପ ସେପଟେ ଏନେଇ ସନ୍ଦିପ କହନ୍ତି,ଗୋଟିଏ ଅଦରକାରୀ ପୁସ୍ତକ ଯଦି ଆଉ ଜଣଙ୍କର ସଫଳତାର ସୂତ୍ର ଖୋଜିଦିଏ ତେବେ ଏଥିପ୍ରତି ସମର୍ଥନ ବା କାହିଁକି ମିଳିବ

19/08/2019

Leave a Reply

Your email address will not be published. Required fields are marked *

Comments