Bikash Khabar
ଧର୍ମୀୟ ସଂଗଠନ ସତସଙ୍ଗ’କୁ ମିଳିଲା ଜାତୀୟ ଜଳ ପୁରସ୍କାର -୨୦୧୯

ଜଳସଂରକ୍ଷଣ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଝାଡ଼ଖଣ୍ଡର ଦେଓଘରସ୍ଥିତ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ଅନୁଷ୍ଠାନ କୁ  ଜାତୀୟ ଜଳ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ପ୍ରତି ବର୍ଷ ପ୍ରଦାନ କରାଯାଉଥିବା ଏହି ପୁରସ୍କାରର ଧାର୍ମିକ ଅନୁଷ୍ଠାନ ବର୍ଗରେ ନିଜ ପରିସର ରେ  ଶ୍ରେଷ୍ଠ ଜଳ ସଂରକ୍ଷଣ ପରିଚାଳନା ଲାଗି ଚଳିତ ବର୍ଷ  ସତସଙ୍ଗ ଆଶ୍ରମ ପ୍ରଥମ ପୁରସ୍କାର ଲାଭ କରିଛି ନୂଆଦିଲ୍ଲୀରେ ମନ୍ତ୍ରାଳୟ ପକ୍ଷରୁ  ଅନୁଷ୍ଠିତ ଏକ ସ୍ବତନ୍ତ୍ର ଭର୍ଚୁଆଲ୍ କାର୍ଯ୍ୟକ୍ରମରେ କେନ୍ଦ୍ର ଜଳଶକ୍ତି  ସାମାଜିକ ନ୍ୟାୟ  ରାଷ୍ଟ୍ରମନ୍ତ୍ରୀ ରତନ ଲାଲ କଟାରିଆ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ସତସଙ୍ଗ ଆଶ୍ରମ ପକ୍ଷରୁ ସତସଙ୍ଗ ସଭାପତି ଡା. ଅଲୋକ କୁମାର ଚକ୍ରବର୍ତ୍ତୀ ଜାତୀୟ ଜଳ ପୁରସ୍କାର-୨୦୧୯ଗ୍ରହଣ କରିଛନ୍ତି।

17/11/2020

Leave a Reply

Your email address will not be published. Required fields are marked *

Comments