Bikash Khabar
ସମୀକ୍ଷା ଓ ମୂଲ୍ୟାଙ୍କନ ହେବ ଜାତି ଓ ଜନଜାତି ହଷ୍ଟେଲ

ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ମିସନ୍ସୁବିଦ୍ୟାରେ ୧୦ଟି ଜିଲ୍ଲାରେ ଏସ୍ସି, ଏସ୍ଟି ହଷ୍ଟେଲ୍ଗୁଡ଼ିକର ମୂଲ୍ୟାଙ୍କନ କାର୍ଯ୍ୟ ହାତକୁ ନିଆଯାଇଛି। ଦୁଇଟି ପର୍ଯ୍ୟାୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାର ୧୨୮୩ଟି ହଷ୍ଟେଲ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ ପରେ ପ୍ରସ୍ତୁତ ହୋଇଥିବା ଡ୍ରିମ୍ଡ୍ପ୍ରିପେୟାର୍ଡ୍ହଷ୍ଟେଲ୍ଗୁଡ଼ିକୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯିବ। ସ୍ମାର୍ଟ ପ୍ରଯୁକ୍ତି ଜ୍ଞାନସମ୍ପନ୍ନ ସଲ୍ୟୁସନ୍ ମାଧ୍ୟମରେ ଅକ୍ଟୋବର ୧୫ ତାରିଖରୁ ସିଧାସଳଖ ଅନ୍ଲାଇନ୍ରେ ନିଜର ମୂଲ୍ୟାଙ୍କନ କରିବେ। ଏହି ପ୍ରଯୁକ୍ତି ଜ୍ଞାନର ଉପଯୋଗ କରାଯାଇ ହଷ୍ଟେଲ୍ ରିପୋର୍ଟ ସ୍କୋର୍ନୋବେଟ୍ଟିମ୍କୁ ପ୍ରଦାନ କରାଯିବ। ଆହୁରି ମଧ୍ୟ ନୋବେଟ୍ଟିମ୍ ଭର୍ଚୁଆଲ୍ଟୁର୍କରି ହଷ୍ଟେଲ୍ ପ୍ରସ୍ତୁତି ସମ୍ପର୍କରେ ଅନୁଧ୍ୟାନ କରିବେ। ହଷ୍ଟେଲ୍ଗୁଡ଼ିକ ଅନ୍ଲାଇନ୍ରେ ସେମାନଙ୍କ କାର୍ଯ୍ୟକଳାପର ରେକର୍ଡିଂ ଅପ୍ଲୋଡ୍କରିବେ। ହଷ୍ଟେଲ୍ଦ୍ବାରା ପ୍ରଦାନ କରାଯାଇଥିବା ସ୍ବମୂଲ୍ୟାଙ୍କନ ସ୍କୋର ସହିତ ନୋବେଟ୍ଟିମ୍କୁ ଡକ୍ୟୁମେଣ୍ଟାରି ପ୍ରମାଣପତ୍ର ଅନ୍ଲାଇନ୍ ଯୋଗେ ଦେବା ପରେ ଅନ୍ସାଇଟ୍ମୂଲ୍ୟାଙ୍କନ କରାଯିବ ବୋଲି ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

19/10/2020

Leave a Reply

Your email address will not be published. Required fields are marked *

Comments