Bikash Khabar
ନଭେମ୍ବର ୧୬ରୁ ଖୋଲିବ ସ୍କୁଲ୍,ନବମରୁ ଦ୍ୱାଦଶ ଯାଏଁ ହେବ ପାଠପଢ଼ା

ଶନିବାର ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ଅନଲକ୍ - ପାଇଁ ପ୍ରସ୍ତୁତ ଏହି ଗାଇଡଲାଇନ୍ ଅନୁଯାୟୀ ଆଗାମୀ ନଭେମ୍ବର ୧୬ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ୍ ଖୋଲିବ। ତେବେ କେବଳ ନବମରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିପାରିବେ। ଏହାଛଡ଼ା ରାଜ୍ୟର ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ। ଏହି ସମୟରେ ଅନଲାଇନ୍ ଶିକ୍ଷା ଟେଲି ପରାମର୍ଶକୁ ଗୁରୁତ୍ବ ଦିଆଯିବାକୁ ଏଥିରେ କୁହାଯାଇଛି। ଏଥିଲାଗି ଗଣଶିକ୍ଷା ବିଭାଗ ଶିକ୍ଷାଦାନ କରୁଥିବା ଅଣଶୈକ୍ଷିକ କର୍ମଚାରୀଙ୍କୁ ସ୍କୁଲକୁ ଡକାଇପାରିବେ। ଅପରପକ୍ଷରେ ରିସର୍ଚ ସ୍କଲାର୍ ପୋଷ୍ଟ ଗ୍ରାଜୁଏଟଙ୍କ ପାଇଁ ଲାବୋରାଟୋରିରେ କାମ ଥିଲେ, ସେମାନଙ୍କ ଲାଗି ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲା ଯାଇପାରିବ ବୋଲି ନୂତନ ଗାଇଡ୍ ଲାଇନରେ କୁହାଯାଇଛି। ତେବେ ନବମରୁ ଦ୍ବାଦଶ ନବମରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସ୍କୁଲ ଆସିବା ପାଠପଢ଼ା  ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯିବ।

 

 

31/10/2020

Leave a Reply

Your email address will not be published. Required fields are marked *

Comments