Bikash Khabar
ଜୁନ ୧୯ ରେ ଖୋଲିବ ସ୍କୁଲ,ପଂଚାୟତ ହାତରେ ବାତ୍ୟା କ୍ଷତିଗ୍ରସ୍ତ ସ୍କୁଲ ମରାମତି ଦାୟିତ୍ୱ

ଲମ୍ବା ଖରାଛୁଟି  ପରେ ରାଜ୍ୟର ସ୍କୁଲ ଗୁଡିକ ଆଗାମୀ ଜୁନ ୧୯ ରେ ଖୋଲିବାକୁ ଯାଉଛି। ତେବେ ବାତ୍ୟା ଫନି ରେ ଭାଙ୍ଗି ଯାଇଥିବା ସ୍କୁଲ ମରାମତି ହୋଇନଥିବାରୁ ଛୁଟି ଆଉ ଲମ୍ବିବ ବୋଲି ଯେଉଁ ଆକଳନ କରାଯାଇଥିଲା ତାହାକୁ ଏଡାଇଯାଇଛନ୍ତି ସ୍କୁଲ ଗଣଶିକ୍ଷା ବିଭାଗ ସ୍କୁଲ ଗୁଡିକ ନିର୍ଧାରିତ ଜୁନ ୧୯ ରେ ଖୋଲିବ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ସ୍କୁଲ୍ର ପିଲାମାନେ ନିକଟସ୍ଥ ସ୍କୁଲ୍କୁ ପଢିବାକୁ ଯିବେ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ଅସ୍ଥାୟୀ ସ୍କୁଲ ଭାବେ ପରିଚାଳନା କରାଯିବ ତେବେ ତୁରନ୍ତ ମରାମତି ପାଇଁ ପ୍ରୟାସ କରାଯିବ ବୋଲି କୁହାଯାଇଛି।

  ବାତ୍ୟା ଫନିରେ ହଜାରରୁ ଅଧିକ ବିଦ୍ୟାଳୟ ପ୍ରଭାବିତ ହୋଇଛି। ତେବେ ପୁରୀ ଜିଲ୍ଲାର ସର୍ବାଧିକ ସ୍କୁଲ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହି ଜିଲ୍ଲାର ୧୩୭ଟି ବିଦ୍ୟାଳୟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଖୋର୍ଧା ଜିଲ୍ଲାରେ ୬ଟି ସ୍କୁଲ ସମ୍ପୂର୍ଣ୍ଣ ମାଟିରେ ମିଶିଛି। ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ମରାମତି କରିବା ସମ୍ଭବପର ନୁହେଁ।ତେଣୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ସ୍କୁଲଗୁଡ଼ିକ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି ସେଠାକାର ପିଲାମାନଙ୍କୁ ନିକଟସ୍ଥ ବିଦ୍ୟାଳୟରେ ଶିକ୍ଷା ପ୍ରଦାନ କରିବା ଲାଗି କୁହାଯାଇଛି। ଯଦି ଦୁଇଟି ବିଦ୍ୟାଳୟର ପିଲା ବସିବା ଲାଗି ପର୍ଯ୍ୟାପ୍ତ ଶ୍ରେଣୀଗୃହ ନଥିବ ତେବେ ନିକଟସ୍ଥ ବାତ୍ୟା ଆଶ୍ରୟ ସ୍ଥଳୀରେ ପିଲାଙ୍କ କ୍ଲାସ କରିବାକୁ ଜିଲ୍ଲା ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଯେଉଁ ହାଇସ୍କୁଲ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି ସେଠାକାର ପିଲାମାନଙ୍କୁ ନିକଟସ୍ଥ ହାଇସ୍କୁଲରେ ଶିକ୍ଷାଦାନ କରାଯିବ। ଦୁଇଟି ସିଫ୍ଟ(ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ୩୦ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ ୪ଟା ପର୍ଯ୍ୟନ୍ତ)ରେ ଦୁଇଟି ବିଦ୍ୟାଳୟର କ୍ଲାସ କରିବାକୁ କୁହାଯାଇଛି। ଏହି ସମୟରେ ଉଭୟ ବିଦ୍ୟାଳୟ ପିଲାମାନେ ଯେପରି ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।କେଉଁ ବିଦ୍ୟାଳୟର ମରାମତି କେଉଁ ବିଭାଗ କରିବ ତାହା ବି ସ୍ଥିର ହୋଇଛି। ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ମରାମତି ସରପଞ୍ଚମାନଙ୍କ ଦ୍ବାରା କରାଯିବ। ସମସ୍ତ ସରପଞ୍ଚ ଏଦିଗରେ ସହଯୋଗ କରିବାକୁ କୁହାଯାଇଛି। ଯଦି କୌଣସି ସରପଞ୍ଚ ସହଯୋଗ କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗ୍ରାମାଞ୍ଚଳରେ ଥିବା ହାଇସ୍କୁଲଗୁଡ଼ିକର ମରାମତି ଗ୍ରାମ ଉନ୍ନୟନ ବିଭାଗ କରିବ। ସେହିପରି ସହରାଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ମରାମତି ଗୃହ ନଗର ଉନ୍ନୟନ ବିଭାଗ, ହାଇସ୍କୁଲଗୁଡ଼ିକର ମରାମତି ପିଡବ୍ଲ୍ୟୁଡି କରିବ ବୋଲି ସ୍ଥିର ହୋଇଛି। ବିଦ୍ୟାଳୟଗୁଡ଼ିକର ମରାମତି ଲାଗି ସ୍ବତନ୍ତ୍ର ରିଲିଫ୍କମିସନରଙ୍କ ପକ୍ଷରୁ ୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

11/06/2019

Leave a Reply

Your email address will not be published. Required fields are marked *

Comments