Bikash Khabar
ସବୁ ଜିଲାରେ ହେବ ବିଜ୍ଞାନ ପାର୍କ:ଏବେ ୧୦ ଜିଲ୍ଲାରେ ପ୍ରଥମେ ହେବ ,ଖର୍ଚ୍ଚ ହେବ ୬ କୋଟି

 ରାଜ୍ୟର ୧୦ଟି ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ହେବ। ସେହି ଜିଲାଗୁଡିକ ହେଲା ଗଞ୍ଜାମ, ନୟାଗଡ, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ଭଦ୍ରକ, ପୁରୀ, ବଲାଙ୍ଗୀର, ସୁନ୍ଦରଗଡ ଜଗତ୍ସିଂହପୁର। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୨୦ଟି ଜିଲାରେ ମଧ୍ୟ ପାର୍କ ନିର୍ମାଣ କରାଯିବ। ପ୍ରତ୍ୟେକ ପାର୍କ ପାଇଁ ଏକର ଜାଗାର ଆବଶ୍ୟକତା ଥିବାବେଳେ କୋଟି ଟଙ୍କା ବ୍ୟୟ କରାଯିବ। ଶନିବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ଏହି ସୂଚନା ଦେଇଛନ୍ତି ବିଜ୍ଞାନ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଭାଜପା ସଭ୍ୟ ମଦନମୋହନ ଦତ୍ତ ବାଲେଶ୍ୱର ଜିଲାରେ କରିବାକୁ ବିଜ୍ଞାନ ବୈଷୟିକ ବିଭାଗ ଯୋଜନା କରିଛି। ବାଲେଶ୍ୱର ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ପାଇଁ ସରକାର ନିିଷ୍ପତ୍ତି ନେବେ କି ବୋଲି ପଚାରିଥିଲେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହନୀପତି ଜୟପୁରଠାରେ ବିଜ୍ଞାନ ପାର୍କ କେବେ ସୁଦ୍ଧା ହେବ ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ, ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା(ଓରେଡା) ପକ୍ଷରୁ ବାଲେଶ୍ୱର ଜିଲାରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଗତ ବର୍ଷ ମଧ୍ୟରେ ୨୦୮ଟି ବାୟୋଗ୍ୟାସ ପାର୍କ ନିର୍ମାଣ କରାଯାଇଛି। ୬୦ଟି ଘରକୁ ସୌରଶକ୍ତି ସଂଯୋଗ କରାଯାଇଥିବା ବେଳେ ୧୨ଟି ରାସ୍ତାକଡ଼ରେ ସୌର ଆଲୋକ ଲଗାଯାଇଛି। କୃଷି ବିଭାଗ ସହାୟତାରେ ସେଚ କୂପ ଦ୍ୱାରା ଜଳସେଚନ ପାଇଁ କ୍ଷୁଦ୍ର ମଧ୍ୟମ ଚାଷୀଙ୍କୁ ସୌର ପମ୍ପ ରିହାତିରେ ଦେବାର ବ୍ୟବସ୍ଥା କରାଯାଇଛି। ସେହିପରି ଜୟପୁରରେ ବିଜ୍ଞାନ ପାର୍କ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକଳ୍ପ ପାଇଁ ଜୟପୁର ତହସିଲ ଅଧୀନ ଉମୁରି ମୌଜାଠାରେ ଏକର ଜମି ଚିହ୍ନଟ କରାଯାଇଛି। ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତି କାର୍ଯ୍ୟ ଚାଲୁରହିଛି। ଟେଣ୍ଡର ଆହ୍ବାନ ପ୍ରକ୍ରିୟା ଚାଲୁରହିଛି। ଖୁବ୍ଶୀଘ୍ର ନିର୍ମାଣ କାର୍ଯ୍ୟ ହେବ। ମୂଳ ପ୍ରଶ୍ନକର୍ତ୍ତା ଭାଜପା ସଭ୍ୟ ମଦନ ମୋହନ ଦତ୍ତ ମୌନବ୍ରତ କରିଥିବାରୁ ବାଚସ୍ପତି କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କୁ ଅତିରିକ୍ତ ପ୍ରଶ୍ନ ପଚାରିବାକୁ ଡାକିଲେ। ତାରା କହିଲେ, ଦୀର୍ଘ ବର୍ଷ ହେଲା ସେ ନେଇ ଥର ପ୍ରଶ୍ନ କଲିଣି। ସବୁ ଅଧିବେଶନରେ ଗୋଟିଏ ଉତ୍ତର ଆସୁଛି ଡିପିଆର ପ୍ରସ୍ତୁତ ଚାଲିଛି। କେବେ ଡିପିଆର ପ୍ରସ୍ତୁତ ଶେଷ ହେବ ପାର୍କ ନିର୍ମାଣ ହେବ। ମନ୍ତ୍ରୀ କହିଲେ, ଡିପିଆର ପ୍ରସ୍ତୁତ ପାଇଁ ୧୭ ଲକ୍ଷ ଟଙ୍କା ଦିଆସରିଛି। ଜାଗା ଚିହ୍ନଟ ହୋଇସାରିଛି। ବିଜ୍ଞାନ କେନ୍ଦ୍ର ଖୁବ୍ଶୀଘ୍ର ଆରମ୍ଭ ହେବ କଂଗ୍ରେସ ସଭ୍ୟ ନରସିଂହ ମିଶ୍ର ପଚାରିଲେ ବିଜ୍ଞାନ କେନ୍ଦ୍ରରେ ବ୍ୟବସ୍ଥା ରହିବ ସ୍ଥାନୀୟ ଲୋକଙ୍କର କି ଉପକାର ହେବ। ମନ୍ତ୍ରୀ କହିଲେ, ଗୋଟିଏ ବିଜ୍ଞାନ ପାର୍କ ନିର୍ମାଣ କରିବାକୁ ୩୦ ମାସ ସମୟ ଲାଗିବ।

18/11/2019

Leave a Reply

Your email address will not be published. Required fields are marked *

Comments