Bikash Khabar
୧୪ ଜିଲ୍ଲା ପାଇଁ ମାଗିଲେ ୫ ଲକ୍ଷ ଘର

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଭାଙ୍ଗିଯାଇଥିବା ଘରଗୁଡିକୁ ଦୃଷ୍ଟିଦେଇ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା   ପ୍ରଥମ ପର୍ଯ୍ୟାୟରେ ଲକ୍ଷ ଘର ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମୁଦ୍ରିକ ଝଡ଼ ଫୋନି ଦ୍ୱାରା କ୍ଷତିଗ୍ରସ୍ତ ଓଡିଶାକୁ ସାହାଯ୍ୟ କରିଥିବାରୁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ରାଜ୍ୟର କେତେକ ଦାବି ଉପସ୍ଥାପନା କରିଛନ୍ତି

ନବୀନ କହିଛନ୍ତିଯେ ସାମୁଦ୍ରିକ ଝଡ ଫୋନି ପ୍ରଭାବରେ ଉପକୂଳ ଓଡ଼ିଶାର ଲକ୍ଷାଧିକ ଘର ନଷ୍ଟ ହୋଇଯାଇଛି କ୍ଷତିଗ୍ରସ୍ତ ଘରଗୁଡ଼ିକ ସମ୍ପର୍କରେ ଆସନ୍ତା ବୁଧବାର ଠାରୁ ସର୍ଭେହେବାକୁ ଯାଉଛି ପ୍ରାଥମିକ ଆକଳନ ଅନୁଯାୟୀ ୧୪ ଜିଲ୍ଲା ପ୍ରାୟ ଲକ୍ଷ ଘର ଭାଙ୍ଗିଯାଇଛି ଏହାକୁ ବିଚାରକୁ ନେଇ କେନ୍ଦ୍ର ସରକାର ପ୍ରାଥମିକ ଭାବେ ରାଜ୍ୟପାଇଁ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମଂଜୁର ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ରାଜ୍ୟକୁ  ଜୁନ ୧୦ ରେ ମୌସୁମୀ ଆସିବାର ସମ୍ଭାବନା ଥିବାରୁ ତୁରନ୍ତ କାର୍ଯ୍ୟାଦେଶ ଦେବା ପାଇଁ ଅଂଟା ଭିଡିଛି ରାଜ୍ୟସରକାର ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ ତାରିଖ ଠାରୁ କାର୍ଯ୍ୟାଦେଶ ଦିଆଯିବ ବୋଲି କୁହାଯାଉଛି ଅପରପକ୍ଷରେ ରାଜ୍ୟ ସରକାରଙ୍କ ଏଭଳି ଅପରିଣାମଦର୍ଶିତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ରାଜ୍ୟସରକାର ୨୦୧୪ ସୁଦ୍ଧା ସମସ୍ତ କଚ୍ଚାଘରକୁ ପକ୍କା କରିବେ ବୋଲି ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ବିଜେପି ସମାଲୋଚନା କରିଛି ଯଦି ଆଗରୁ ବିପଦସଂଙ୍କୁଳ ସ୍ଥିତିରେ ଥିବା ପରିବାର ଗୁଡିକୁ ବାସଘର ସହାୟତା ଦିଆଯାଇଥାନ୍ତା ତେବେ ବାତ୍ୟାର ବିଭୀଷିକା ଟିକେ କମହୋଇଥାନ୍ତା ବୋଲି ମତପ୍ରକାଶ ପାଇଛି

14/05/2019

Leave a Reply

Your email address will not be published. Required fields are marked *

Comments