Bikash Khabar
ମାଇକ୍ରୋ କମ୍ପୋଷ୍ଟିଙ୍ଗ୍‌ କେନ୍ଦ୍ର ଚଳାଇବେ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀରୁ ବଛା ହେବେ ‘ସ୍ୱଚ୍ଛ ସାଥୀ’

ମାଇକ୍ରୋ କମ୍ପୋଷ୍ଟିଙ୍ଗ୍କେନ୍ଦ୍ର ଚଳାଇବା ଦାୟିତ୍ବ ନେବେ ମହିଳା। ବିଏମ୍ସି ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସମୁଦାୟ ୪୩ଟି ମାଇକ୍ରୋ କମ୍ପୋଷ୍ଟିଙ୍ଗ୍‌ (ଏମ୍ସିସି)କୁ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ଙ୍କ ମାଧ୍ୟମରେ କାର୍ଯ୍ୟକାରୀ କରିବା ନେଇ ରାସ୍ତା ବାହାର କରାଯାଇଛି  ବୋଲି ବିଏମ୍ସି କର୍ତୃପକ୍ଷ ସୂଚନା ଦେଇଛନ୍ତି। ଅଦ୍ୟାବଧି ୪୩ଟି ଏମ୍ସିସି କାର୍ଯ୍ୟ ପାଇଁ ଅନୁମତି ମିଳିଥିବା ବେଳେ ମାତ୍ର ୧୦ଟି ପାଇଁ ନକ୍ସା ପ୍ରସ୍ତୁତ ହୋଇଛି। ମୋଟ୍୪୩ଟି ଏମ୍ସିସି ମଧ୍ୟରୁ ୧୦ଟିରେ ମ୍ୟାଟେରିଆଲ୍ରିକଭରି ଫାସିଲିଟି ସେଣ୍ଟର ହେବ। ଏଗୁଡ଼ିକ ମଧ୍ୟ ଏସ୍ଏଚ୍ଜି ଦ୍ବାରା ପରିଚାଳିତ ହେବ। ଏଥିସହ ଏମ୍ସିସିରେ ସ୍ବଚ୍ଛ ସାଥୀଙ୍କୁ ଚୟନ କରାଯିବ। ପ୍ରତ୍ୟେକ ଏମ୍ସିସି ପାଇଁ ୪ଜଣ ଲେଖାଏଁ ସ୍ବଚ୍ଛ ସାଥୀ ରହିବେ। ଏମାନଙ୍କୁ ମାସିକ ହଜାର ଟଙ୍କା ଦିଆଯିବ। ସ୍ବଚ୍ଛ ସାଥୀ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତା + ଥିବା ବେଳେ ଆବଶ୍ୟକସ୍ଥଳେ ଏହାକୁ କୋହଳ କରାଯିବ। ନିଜ ୱାର୍ଡରେ ବର୍ଜ୍ୟବସ୍ତୁ ପରିଚାଳନାର ନିୟମ, ବର୍ଜ୍ୟର ପୃଥକୀକରଣ ସହ ସ୍ବଚ୍ଛତା ସଚେତନତା ପାଇଁ ସ୍ବଚ୍ଛ ସାଥୀ କାର୍ଯ୍ୟ କରିବେ। ଏପର୍ଯ୍ୟନ୍ତ ୯୮ଜଣ ସ୍ବଚ୍ଛ ସାଥୀ ଚିହ୍ନଟ ହୋଇ ସାରିଛି। ନଭେମ୍ବର ସୁଦ୍ଧା ଏମାନଙ୍କ ପ୍ରଶିକ୍ଷଣ ଶେଷ କରାଯିବ। ବିଏମ୍ସି ଜର୍ମାନ ଇଣ୍ଟରନାସ୍ନାଲ୍କର୍ପୋରେସନ୍‌ (ଜିଆଇଜେଡ୍‌) ମିଳିତ ସହଯୋଗରେ ଏହି ପ୍ରଶିକ୍ଷଣ ଦିଆଯିବ। ଯଦି ଏସ୍ଏଚ୍ଜି ସଭ୍ୟ ଏମ୍ସିସିର କାର୍ଯ୍ୟ ପରିଚାଳନା ପାଇଁ ଅଭାବ ହେବେ ତେବେ ବିଏମ୍ସି- ବିଏସ୍ସିଏଲ୍ ୟୁଏନ୍ଏଫ୍ପିଏର ସୋସିଆଲି ସ୍ମାର୍ଟ ପ୍ରକଳ୍ପ ଅଧୀନରେ ଥିବା ପିୟର ଗ୍ରୁପ୍ ସଦସ୍ୟମାନଙ୍କୁ ଚୟନ କରାଯିବ।

17/11/2019

Leave a Reply

Your email address will not be published. Required fields are marked *

Comments