Bikash Khabar
ରାଜ୍ୟରେ ପିତୃମାତୃହୀନ ଶିଶୁ ଏବଂ ଏକକ ଅଭିଭାବକ ଥିବା ଶିଶୁମାନଙ୍କର ସର୍ବେକ୍ଷଣ ହେବ

 ରାଜ୍ୟର ସମସ୍ତ ଅଞ୍ଚଳ ତଥା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଅଧୀନରେ ଥିବା ପିତୃମାତୃହୀନ ଶିଶୁ ଏବଂ ଏକକ ଅଭିଭାବକ ଥିବା ଶିଶୁମାନଙ୍କର ସର୍ବେକ୍ଷଣ କରାଯିବ। ପ୍ରତି ଜିଲ୍ଲାରେ ଏଥି ପାଇଁ ଅଙ୍ଗନବାଡ଼ି କର୍ମୀମାନଙ୍କ ସହାୟତା ନିଆଯିବ। ଶିଶୁମାନଙ୍କ ସୁରକ୍ଷିତ ଶୈଶବ ପୂର୍ଣ୍ଣ ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ସର୍ବେକ୍ଷଣ କରାଯାଉଛି। ମହିଳା ଶିଶୁ ବିକାଶ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସର୍ବେକ୍ଷଣ ପାଇଁ ଏକ ଫର୍ମାଟ୍ ପ୍ରସ୍ତୁତ କରାଯାଇଛି। ଅଙ୍ଗନବାଡ଼ି କର୍ମୀମାନେ ଚିହ୍ନଟ ହୋଇଥିବା ଶିଶୁମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଏହି ଫର୍ମାଟ୍ରେ ଅଙ୍ଗନବାଡ଼ି ସୁପର୍ଭାଇଜର୍ମାନଙ୍କୁ ଦେବେ। ଅଙ୍ଗନବାଡ଼ି ସୁପର୍ଭାଇଜର୍ମାନେ ଏହାକୁ ଭଲ ଭାବେ ଯାଞ୍ଚ କରିବା ପରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଜରିଆରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ। ଦୁଇଟି ଫର୍ମାଟ୍ମଧ୍ୟରୁ ଗୋଟିଏରେ ପିତୃମାତୃହୀନ ଶିଶୁ ଏବଂ ଆଉ ଗୋଟିଏ ଫର୍ମାଟ୍ରେ ଏକକ ଅଭିଭାବକ ଥିବା ଶିଶୁଙ୍କ ସମସ୍ତ ତଥ୍ୟ ସଂଲଗ୍ନ କରି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅନୁମୋଦନ ପରେ ମହିଳା ଶିଶୁ ବିକାଶ ଏବଂ ମିସନ୍ଶକ୍ତି ବିଭାଗକୁ ପଠାଇବେ। ସର୍ବେକ୍ଷଣ ପାଇଁ ଅଙ୍ଗନବାଡ଼ି କର୍ମୀମାନଙ୍କୁ ପାରିଶ୍ରମିକ ପ୍ରଦାନ କରାଯିବ। ଆସନ୍ତା ଅକ୍ଟୋବର ତାରିଖ ଭିତରେ ଏହା ଶେଷ ହେବ। ନେଇ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି

19/09/2019

Leave a Reply

Your email address will not be published. Required fields are marked *

Comments