Bikash Khabar
ଶିଶିର ସରସ : ୭ ଦିନରେ ୧୦ କୋଟିର ବ୍ୟବସାୟ

ଓରମାସ୍ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଥିବା ଶିଶିର ସରସ ମେଳାର ଆଜି ଥିଲା ୮ମ ଦିନ। ମେଳାରେ ଗତ ଦିନ ମଧ୍ୟରେ ୧୦ କୋଟିରୁ ଊର୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥିବା ଓର୍ମାସ୍ ପକ୍ଷରୁ ସୂଚନା ମିଳିଛି। ଏଥର ମେଳାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ତିଆରି କରାଯାଇଥିବା ବଡ଼ି, ପାମ୍ପଡ଼, ଆଚାର ଅନ୍ୟାନ୍ୟ ଘରକରଣା ତଥା ଘର ସାଜସଜ୍ଜା ସାମଗ୍ରୀର ଭଲ ବିକ୍ରି ବଟା ହେଉଥିବା ବ୍ୟବସାୟୀମାନେ କହିଛନ୍ତି। ଏଥର ମେଳାରେ ଓରମାସ୍ ପକ୍ଷରୁ ସ୍ଥାପନ କରାଯାଇଛି ୩ଟି ଡେମୋ ଷ୍ଟଲ ଏବଂ ଗୋଟିଏ ଥିମ୍ ଷ୍ଟଲ ଡେମୋ ଷ୍ଟଲରେ କାରିଗରମାନେ ଟେରାକୋଟା, ଧୂପକାଠି ସବାଇ ଘାସରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ସହ ବିକ୍ରି କରୁଛନ୍ତି ଗ୍ରାହକଙ୍କ ସମ୍ମୁଖରେ କଞ୍ଚାମାଲରୁ ବିଭିନ୍ନ ସାମଗ୍ରୀର ପ୍ରସ୍ତୁତ କରୁଛନ୍ତି। ଯାହାକି ଗ୍ରାହକ ଏବଂ ଦର୍ଶକମାନଙ୍କୁ ଆକୃଷ୍ଟ କରୁଛି ସେହିପରି ଥିମ୍ଷ୍ଟଲରେ ମେଳାରେ ବିକ୍ରି ହେଉଥିବା ବିଭିନ୍ନ ସାମଗ୍ରୀକୁ ଏକାଠି କରି ପ୍ରଦର୍ଶିତ କରାଯାଇଛି। ମେଳାକୁ ବୁଲି ଆସୁଥିବା ବ୍ୟକ୍ତି ଏଠାରୁ ମଧ୍ୟ ଜିନିଷ ବିକ୍ରିବଟା ସମ୍ପର୍କରେ ସୂଚନା ପାଇପାରୁଛନ୍ତି ଏହାସହିତ ଫୁଡ୍କୋର୍ଟରେ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟଞ୍ଜନ ସ୍ଥାନ ପାଇଥିବା ବେଳେ ଓଡ଼ିଶାର ମୁଢ଼ି ମାଂସ, ଛେନା ପୋଡ଼ ସହ ବିହାରର ଲିଟି ଚୋଖା, ଛତିଶଗଡ଼ର କଡ଼ି-ଚାୱଲ ଆଦି ଭଲ ବିକ୍ରି ହେଉଛି। ଖାସ୍କରି ବାରିପଦାର ମୁଢିମାଂସ ଷ୍ଟଲରେ ଭିଡ଼ ଜମୁଛି। ସେହିପରି କେରଳର କନ୍ନୁର ଜିଲ୍ଲାରୁ ଆସିଥିବା ବ୍ୟବସାୟୀଙ୍କ ଦ୍ୱାରା ପ୍ରସ୍ତୁତ କେରଳ ଜିଞ୍ଜର କଫି ଶୀତୁଆ ସନ୍ଧ୍ୟାରେ ଭଲ ବିକ୍ରି ହେଉଛି

13/01/2020

Leave a Reply

Your email address will not be published. Required fields are marked *

Comments