Bikash Khabar
ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲା ସତ୍ୟଙ୍କ କ୍ଷୁଦ୍ର ରଥ

ବଡ଼ ଠାକୁରଙ୍କ କୁନି ରଥ କୁ ନେଇ ଲାଗି ରହିଛି ଚର୍ଚ୍ଚା ଗଂଜାମ ଜିଲ୍ଲା ବ୍ରହ୍ମପୁର ଶିଳ୍ପୀ ସତ୍ୟ ମହାରଣା କାଳିଆ ଠାକୁର ଜଗନ୍ନାଥ ମହାପ୍ରଭୁଙ୍କ ଦେଢ଼ ଇଂଚର ନନ୍ଦିଘୋଷ ରଥ ନିର୍ମାଣ କରିସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି ବିଶ୍ବର କ୍ଷୁଦ୍ରତମ ରଥ ଭାବେ ଏହି କଳାକୃତୀ ୱାର୍ଲ୍ଡ ବୁକ୍ଅଫ୍ରେକର୍ଡ଼ରେ ସ୍ଥାନିତ ହୋଇଥିଲା। ଏବେ ଏହା ଇଣ୍ଡିଆ ବୁକ୍ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛି। ଗଂଜାମ ଜିଲ୍ଲା ସୋରଡ଼ାର ମୂଳବାସିନ୍ଦା ସତ୍ୟ ମହାରଣା ଏବେ ବ୍ରହ୍ମପୁରର ବିଜିପୁର ନୀଳକଣ୍ଠନଗରରେ ରହୁଛନ୍ତି। ଚଳିତ ବର୍ଷ ସେ ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରା ଅବସରରେ ଅଢ଼େଇ ଇଂଚର ନନ୍ଦିଘୋଷ ରଥ ନିର୍ମାଣ କରିଥିଲେ। ଏହାପରେ ବାହୁଡ଼ା ଅବସରରେ ଆଜି ତାଠାରୁ ଛୋଟ ନନ୍ଦିଘୋଷ ରଥ ନିର୍ମାଣ କରିଥିଲେ। ଏହାର ଏହାର ଉଚ୍ଚତା ମାତ୍ର . ଇଂଚ ଏବଂ ଓସାର . ଇଂଚ ରହିଛି। ରହିଛି। ଗମ୍ଭାରୀ କାଠ ପଟାରେ ନିର୍ମାଣ କରିଥିବା ଏହି ରଥରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଥିବାବେଳେ ୧୬ଟି ଚକା ଖଞ୍ଜା ହୋଇଛି। ଏଥିସହ ସାରଥୀ, ୪ଟି ଘୋଡ଼ା, ୨ଟି ଓଲଟ ଶୁଆ, ପତିତପାବନ ବାନା, ଦଧିନଉତି ମଧ୍ୟ ରହିଛି।

29/07/2019

Leave a Reply

Your email address will not be published. Required fields are marked *

Comments