Bikash Khabar
ପିଆଜ ସଂରକ୍ଷଣ ପାଇଁ ସ୍ମାର୍ଟ ଗୋଦାମ

 ଟାଟା ଷ୍ଟିଲ୍ର ମଡୁ୍ୟଲାର କନଷ୍ଟ୍ରକ୍ସନ ସମାଧାନ ସଂସ୍ଥା ନେଷ୍ଟ ଇନ୍ ପକ୍ଷରୁ ପିଆଜ ସଂରକ୍ଷଣ ପାଇଁ ଭାରତର ପ୍ରଥମ ବୈପ୍ଳବିକ ସ୍ମାର୍ଟ ଗୋଦାମ ଏଗ୍ରୋନେଷ୍ଟ୍ ଶୁଭାରମ୍ଭ କରାଯାଇଛି ନଷ୍ଟ ହେଉଥିବା ପିଆଜ ମାତ୍ରାକୁ ଅଧା କମ୍ କରିବା ହେଉଛି ଏହି ଗୋଦାମ ସ୍ଥାପନ କରିବାର ପ୍ରମୁଖ ଲକ୍ଷ୍ୟ ପିଆଜ ସଂରକ୍ଷଣ ପାଇଁ ବୈଜ୍ଞାନିକ ପଦ୍ଧତି ଅଭିନବ ପ୍ରଯୁକ୍ତିକୁ ବ୍ୟବହାର କରି ପ୍ରଥମ ଥର ପାଇଁ ଏଭଳି ସ୍ମାର୍ଟ ଗୋଦାମ ବିକଶିତ କରାଯାଇଛି ବୈଜ୍ଞାନିକ ପଦ୍ଧତି ବ୍ୟବହାରର ଅଭାବ, ନିମ୍ନ ମାନର ଡିଜାଇନ୍ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଉପକରଣ ବ୍ୟବହାର କରାଯାଉଥିବା ଗୋଦାମ ଘର ଭିତରେ ୪୦% ପିଆଜ ନଷ୍ଟ ହୋଇଯାଉଛି ପାଣିପାଗ ଜଳବାୟୁ ପରିବର୍ତ୍ତନ  ନେଇ ରହିଥିବା ଆହ୍ୱାନ ସହିତ ବର୍ତମାନ ପରିବହନ ଚଳାଚଳରେ ଦେଖାଦେଇଥିବା ସମସ୍ୟା ଚାଷୀଙ୍କ ପାଇଁ ପିଆଜ ସଂରକ୍ଷିତ ରଖିବା ବେଳେ ଅନେକ ପ୍ରକାର ଆହ୍ୱାନ ସୃଷ୍ଟି କରିଛି ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥାର ଅଭାବ ଯୋଗୁଁ ଦୀର୍ଘଦିନ ହେଲାଣି ଚାଷୀମାନେ ଉଭୟ ଗୁଣାତ୍ମକ ପରିମାଣ ଦୃଷ୍ଟିରୁ କ୍ଷତି ସହୁଛନ୍ତି ପାଣିପାଗ ପରିବର୍ତ୍ତନ ପରିବେଶ ସ୍ଥିତି ସେଲ୍ଫରେ କୃଷିଜାତ ସାମଗ୍ରୀ ଜୀବନକୁ ହ୍ରାସ କରୁଛି ଏବଂ ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥାର ଅଭାବରୁ ବିପୁଳ କ୍ଷତି ହେଉଛି ଆମେ ଏଠାରେ ସମସ୍ୟାକୁ ବୁଝୁଛୁ ଏବଂ ଆମର ଟିମ୍ ଏକ ସମାଧାନ ବିକଶିତ କରିଛନ୍ତି ଯାହା ମିଆଦୀ ପାଇଁ ଉପଯୁକ୍ତ ବାସ୍ତବିକ ଆମର ଗ୍ରାହକଙ୍କ ପାଇଁ ଅଭିନବ ଉତ୍ପାଦ ସମାଧାନ ସୃଷ୍ଟି କରିବା ଏବଂ ଏକ ଉନ୍ନତ ଭବିଷ୍ୟତ ପାଇଁ ଆମେ ପ୍ରତିବଦ୍ଧ ଅଛୁ ବୋଲି ଟାଟା ଷ୍ଟିଲ ପକ୍ଷରୁ କୁହାଯାଇଛି

31/07/2020

Leave a Reply

Your email address will not be published. Required fields are marked *

Comments