Bikash Khabar
ବଦଳିବ ଏଟିଏମରୁ ଟଙ୍କା ଉଠାଣର ନିୟମ,୧୦ ହଜାର ରୁ ଅଧିକ ଉଠାଇଲେ ମୋବାଇଲ କୁ ଆସିବ ଓଟିପି

ଏଟିଏମ୍ରୁ ଟଙ୍କା ଉଠାଇବା ଏବେ ବହୁଳ ଭାବେ ବଢିଛି ଏହା ସାଙ୍ଗକୁ ଏଟିଏମ୍ଠକାମୀ ମଧ୍ୟ ସେହି ଅନୁପାତରେ ବଢ଼ିବାରେ ଲାଗିଛି। ଗ୍ରାହକଙ୍କୁ ଏଥିରୁ ରକ୍ଷା କରିବା ଲାଗି ଦିଲ୍ଲୀ ଷ୍ଟେଟ୍ଲେଭଲ ବ୍ୟାଙ୍କର୍ସ କମିଟି(ଏସ୍ଏ୍ଲବିସି) କେତେକ ପରାମର୍ଶ ଦେଇଛି। ଏହାକୁ ସରକାରଙ୍କ ଅନୁମୋଦନ ମିଳିଗଲେ ବ୍ୟାଙ୍କ ଗ୍ରାହକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ। ଦୁଇଟି ଏଟିଏମ୍ଟ୍ରାଞ୍ଜାକ୍ଶନ ମଧ୍ୟରେ ୬ରୁ ୧୨ ଘଣ୍ଟା ସମୟ ହେବା ଜରୁରୀ ବୋଲି ଏସ୍ଏଲ୍ବିସି ପକ୍ଷରୁ ଦିଆଯାଇଥିବା ପରାମର୍ଶରେ କୁହାଯାଇଛି। ଅର୍ଥାତ୍ଥରେ ଏଟିଏମ୍ରୁ ଟଙ୍କା କାଢ଼ିବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୁନର୍ବାର ଟଙ୍କା ଉଠାଇ ପାରିବେ ନାହିଁ। ଏହି ଯୋଜନା ସମ୍ପର୍କରେ ଗତ ସପ୍ତାହରେ ୧୮ ବ୍ୟାଙ୍କର ଶୀର୍ଷ ଅଧିକାରୀଙ୍କ ସହ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହାଛଡ଼ା ବ୍ୟାଙ୍କଗୁଡ଼ିକୁ ଆହୁରି କେତେକ ପରାମର୍ଶ ଦିଆଯାଇଛି। ଅନଧିକୃତ ରୂପରେ ଟଙ୍କା କାଢ଼ିବା ଲାଗି ଉଦ୍ୟମ କରାଗଲେ ଆକାଉଣ୍ଟଧାରୀଙ୍କୁ ଆଲର୍ଟ କରିବାକୁ ଯାଇ ଓଟିପି(ଓ୍ବାନ୍ଟାଇମ୍ପାସ୍ଓ୍ବର୍ଡ) ପଠାଯିବ।ଏକାଥରକେ ୧୦ ହଜାର ଟଙ୍କା ଉଠାଣ କ୍ଷେତ୍ର ରେ ମଧ୍ୟ ଓଟିପି ପଠାଯିବ। କାନାରାବ୍ୟାଙ୍କ ଖୁବ ଶୀଘ୍ର ଏଭଳି ପଦକ୍ଷେପ ନେବାକୁ ଯାଉଛି    ଏହାବ୍ୟତୀତ ଏଟିଏମ୍ଲାଗି ସେଣ୍ଟ୍ରାଲାଇଜ୍ ମନିଟରିଂ ସିଷ୍ଟମ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି। ସୂଚନାଥାଉ କି, ଏହି ବ୍ୟବସ୍ଥାକୁ ଓବିସି ବ୍ୟାଙ୍କ, ଭାରତୀୟ ଷ୍ଟେଟ୍ବ୍ୟାଙ୍କ, ପିଏନ୍ବି, ଆଇଡିବିଆଇ ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କ ପୂର୍ବରୁ ଲାଗୁ କରିସାରିଲେଣି। ସମ୍ପର୍କରେ ମତପ୍ରକାଶ କରି ଦିଲ୍ଲୀ ଏସ୍ଏଲ୍ବିସିର ସଂଯୋଜକ ତଥା ଓରିଏଣ୍ଟାଲ ବ୍ୟାଙ୍କ ଅଫ୍କମର୍ସ ଏମ୍ଡି ତଥା ସିଇଓ ମୁକେଶ କୁମାର ଜୈନ କହିଛନ୍ତି ଯେ, ଏଟିଏମ୍ରେ ହେଉଥିବା ଅଧିକାଂଶ ଠକାମୀ ଅର୍ଦ୍ଧରାତ୍ରିରୁ ପାହାନ୍ତିଆ ସମୟରେ ହୋଇଥାଏ। ଏହି କାରଣରୁ ଏଟିଏମ୍ରେ ନେଣଦେଣକୁ ସୁରକ୍ଷିତ କରିବା ଲାଗି ଏକ ଯୋଜନା ପ୍ରସ୍ତୁତ କରିବା ସହାୟକ ହେବ ବୋଲି ସେ କହିଛନ୍ତି। ସୂଚନାଥାଉ କି, ୨୦୧୮-୧୯ରେ ଦିଲ୍ଲୀରେ ୧୭୯ ଏଟିଏମ୍ଠକାମୀ ମାମଲା ଦାଏର କରାଯାଇଛି। ସେହିପରି ଦିଲ୍ଲୀ ମହାରାଷ୍ଟ୍ରରେ ପ୍ରାୟ ୨୩୩ ଏଟିଏମ୍ଠକାମୀ ମାମଲା ଅଦ୍ୟାବଧି ସାମ୍ନାକୁ ଆସିଲାଣି। ଆର୍ଥିକ ବର୍ଷ ୨୦୧୮-୧୯ରେ ସାରା ଦେଶରେ ୯୮୦ ଏଟିଏମ୍ଜାଲିଆତି ମାମଲା ଦାଏର ହୋଇଛି। ଏହାର ପୂର୍ବ ଆର୍ଥିକ ବର୍ଷରେ ଏହା ୯୧୧ ଥିଲା।

28/08/2019

Leave a Reply

Your email address will not be published. Required fields are marked *

Comments