Bikash Khabar
ଜାତୀୟ ରାଜପଥ ମଝି ଡିଭାଇଡର ଉପରେ ସୋୟାବିନ ଚାଷ,ବିଭାଗ କହିଲା ଏହା ବେଆଇନ

ମଧ୍ୟପ୍ରଦେଶ ଭୋପାଲରେ ଥିବା ଏକ  ନ୍ୟାସନାଲ ହାଇୱେର ଡିଭାଇଡର୍ ରେ ଜଣେ ଚାଷୀ ସୋୟାବିନ ଚାଷ କରି ସାରା ପ୍ରଦେଶର ନଜରକୁ ଆସିଛନ୍ତି ଏହି ଖବର ରେ ଦିଆଯାଇଥିବା ଫୋଟୋ ଟିକୁ ଭଲଭାବେ ଦେଖନ୍ତୁ ରାସ୍ତା ମଝିରେ ସୁନ୍ଦର ଭାବରେ ବଢ଼ିଥିବା ଯେଉଁ ଗଛଗୁଡ଼ିକୁ ଆପଣ ଦେଖୁଛନ୍ତି,ତାହା  ପ୍ରଶାସନ ଦ୍ୱାରା ରୋପିତ କୌଣସି ସାଜସଜ୍ବା କିମ୍ବା  ଫୁଲ ଗଛ ନୁହେଁ,ଏହା ହେଉଛି  ଜଣେ କୃଷକ ଲଗାଇଥିବା ସୋୟାବିନ୍ଗଛ। କଠିନ ପରିଶ୍ରମ କରି କୃଷକ ଜଣକ ଏଠାରେ ସୋୟାବିନ୍ଚାଷ କରିବାରେ ସଫଳ ହୋଇଛନ୍ତି। ଏହି କୃଷକଙ୍କ ନାଁ ଲଲା ଯାଦବ। ଏଠାରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୁପକ୍ଷଙ୍କ ଙ୍କ ଦ୍ୱାରା ଏହି  ଡିଭାଇଡରରେ ଫୁଲ ଗଛ ଲଗାଯିବାର ଥିଲା। ତେବେଦୀର୍ଘ ଦିନ ଧରି  ଫୁଲ ଗଛ ନଲଗାଯିବାରୁ ଲଲା ଯାଦବ ସେଠାରେ ସୋୟାବିନ୍ଚାଷ କରିବାପାଇଁ ପ୍ରୟାସ କଲେ କିନ୍ତୁ ତାଙ୍କର ଏହି ଅଭିନବ ପ୍ରୟାସ ଦେଖିବା ପରେ ନ୍ୟାସନାଲ ହାଇୱେ ଅଥୋରିଟି ଅଫ୍ଇଣ୍ଡିଆ ଏବେ ଚିନ୍ତାରେ ପଡ଼ିଯାଇଛି। ରାସ୍ତା ମଝିରେ ଡିଭାଇଡର୍ରେ ଏହି ଫସଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଯାତାୟାତ କରୁଥିବା ବାଟୋଇ ଲଲା ଯାଦବଙ୍କର ଏହି ସୋୟାବିନ୍ଚାଷ ଦେଖିବା ପାଇଁ ଭିଡ଼ ଜମାଉଛନ୍ତି। ଲଲା ଯାଦବ କହିଛନ୍ତି ଯେ, ରାସ୍ତା ନିର୍ମାଣ କରୁଥିବା କମ୍ପାନୀକୁ ଡିଭାଇଡ୍ରେ ଫୁଲ ଗଛ ଲଗାଇବାର ଥିଲା। ହେଲେ ଗଛ ନଲଗାଇ କମ୍ପାନୀ କଳା ମାଟି ପକାଇ ଏହି ସ୍ଥାନକୁ ଖୋଲା ଛାଡ଼ି ଦେଇଥିଲେ। ଏହି ଡିଭାଇଡର୍ଲମ୍ୱ ୩୦୦ ଫୁଟ୍ ଚଉଡ଼ା ୧୦ ଫୁଟ୍ ତେଣୁ ଏହାର ଲାଭ ଉଠାଇବାକୁ ଯାଇ ଏହି ସ୍ଥାନରେ ସେ କିଲୋ ସୋୟାବିନ୍ମଞ୍ଜି ବୁଣିଥିଲେ। କିଛି ଦିନ ପରେ ଗଛ ହୋଇଥିଲା ଭଲ ଭାବେ ବଢ଼ିଥିଲା। ରାସ୍ତା ମଝିରେ ସୋୟାବିନ୍ଚାଷ ଖବର ପାଇବା ପରେ ପ୍ରଶାସନ ଏହାର ଯାଞ୍ଚ ଆରମ୍ଭ କରିଛି। ଯାଞ୍ଚ ପରେ ଲଲା ଯାଦବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

10/08/2020

Leave a Reply

Your email address will not be published. Required fields are marked *

Comments