Bikash Khabar
ଭାରତ ର ଘରଚଟିଆ ମଣିଷ,ବାଣ୍ଟିଛନ୍ତି ୯୦ ହଜାର ପକ୍ଷୀବସା

ଘରଚଟିଆ ମଣିଷ ଭାବେ ସେ ପରିଚିତ। ଚଢେଇଙ୍କ ପ୍ରତି ତାଙ୍କର ସମ୍ପର୍କ ଏତେ ଘନିଷ୍ଠ ଯେ,ତାଙ୍କ କଥା କୁଆଡେ ଚଢେଇ ମାନେ ବୁଝି ପାରନ୍ତି ବୋଲି ଚର୍ଚା ହୁଏ ଅକସ୍ମାତ ତାଙ୍କ ଘରକୁ ଚାଲିଆସିଥିବା ଚଢେଇଟି ଘରଭିତରେ ଥିବା ମଣିଷ ମାନଙ୍କ ଠାରୁ ଏତେ ସ୍ନେହ ପାଏଯେ ଆଉ ଫେରିବାକୁ  ଚାହେଁନି।ଏମିତି କିଛି କୁହାଯାଏ ଗୁଜୁରାଟ ଅହମଦାବାଦ ଜଗତ କିନଖାବବାଲା ଙ୍କ ବ୍ୟକ୍ତିତ୍ୱ କୁ ନେଇ।ଜଗତ ଏକ ଉଚ୍ଚ ଅଟ୍ଟାଳିକା ରେ ରହନ୍ତି ଅଥଚ ତାଙ୍କ ଘରେ ବସା ବାନ୍ଧି ରହିଛନ୍ତି ୨୬ ପ୍ରଜାତିର ଭିନ୍ନ ଭିନ୍ନ ଚଢେଇ। ଫାଇନାନ୍ସ ରେ ଏମବିଏ କରିଥିବା ଜଗତ କେତେକ କର୍ପୋରେଟ କମ୍ପାନୀରେ କାମ କରି ଏବେ ଅବସର ନେଇଛନ୍ତି କିନ୍ତୁ ପକ୍ଷୀଙ୍କୁ ତଦାରଖ କରିବା,ଖାଦ୍ୟ,ପାନୀୟ,ଯୋଗାଇ ଦେବାରେ ତାଙ୍କର ଅବସର ଥାଏ ଗୋଟିଏ ପତ୍ରିକାରୁ ଘର ଚଟିଆଙ୍କ ସଂଖ୍ୟା କମିଯାଉଥିବା ଜାଣିବା ପରେ ସେ ଏହାକୁ ନେଇ ଗବେଷଣା କରି ବିଲୁପ୍ତ ପଛର କାରଣ ଜାଣିଥିଲେ ଘର ଚଟିଆ ମାନଙ୍କ ଉପରେ ଏକ ପୁସ୍ତକ ରଚନା କରିବା ସହିତ ଚଟିଆ ବସା ତିଆରି କରି ଆଖ ପାଖ କଲୋନୀ ଗାଁ ଗୁଡିକରେ ବିତରଣ କରିଥିଲେ ଜଗତ ନିଜ ଉଦ୍ୟମ ସାଧନରେ ୯୦ ହଜାର ରୁ ଅଧିକ ବସା ଵିତରିତ କରିଛନ୍ତି ନିଜ ବଗିଚାକୁ ପକ୍ଷୀ ମାନଙ୍କ ପାଇଁ ଅନୁକୂଳ କରି  ଗଢିତୋଳିବା ସହିତ ନିଜ ବାସ ଭବନରେ ଚଢେଇଙ୍କ ସହ ମିଶି ରହି ଏକ ନୁଆଁ ଧାରା ସୃଷ୍ଟି କରିଛନ୍ତି   

01/08/2019

Leave a Reply

Your email address will not be published. Required fields are marked *

Comments