Bikash Khabar
ସବୁ ଶନିବାର ଭୁବନେଶ୍ୱରରୁ ତିରୁମାଲା ସ୍ୱତନ୍ତ୍ର ଟୁର ପ୍ୟାକେଜ

ରେଲୱେ ପକ୍ଷରୁ ଧାର୍ମିକ ଟୁର ପାଇଁ ଏକ ଅଭିନବ ପ୍ରୟାସ ଧାର୍ମିକ ପରିବେଶରେ କାଟିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଆଇଆରସିଟିସି ଆଣିଛି ତିରୁମାଲା ସ୍ବତନ୍ତ୍ର ଦର୍ଶନ ପ୍ୟାକେଜ। ଦିନ ରାତି ବିଶିଷ୍ଟ ଏହି ଟୁର ପ୍ୟାକେଜରେ ତିରୁମାଲା ପର୍ବତ ସହ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ବୁଲିବାର ସୁବିଧା ରହିଛି। ସବୁ ସପ୍ତାହର ଶନିବାର ମଧ୍ୟାହ୍ନ ୧୨ଟାରୁ ଭୁବନେଶ୍ୱର ରେଳ ଷ୍ଟେଶନରୁ ଯାତ୍ରା ଆରମ୍ଭ କରୁଛି ଏହି ସ୍ବତନ୍ତ୍ର ଟୁର ପ୍ୟାକେଜ ବିଶିଷ୍ଟ ଟ୍ରେନ୍ ଯାତ୍ରାକୁ ଅଧିକ ସୁନ୍ଦର କରିବା ସକାଶେ ଯାତ୍ରୀ ମାନଙ୍କ ପାଇଁ  ଡ୍ରେସକୋଡ କରାଯାଇଛି। ପୁରୁଷମାନଙ୍କ ଲାଗି ଧଳା ଧୋତି, କୁର୍ତ୍ତା ମହିଳାମାନେ ଶାଢ଼ି, ସାଲଓ୍ବାର କମିଜ, ଦୁପଟ୍ଟା ବାଧ୍ୟତାମୂଳକ ରଖାଯାଇଛି। ଜିନ୍ସ, ଟି-ଶାର୍ଟ ପିନ୍ଧିବାକୁ ଆଇଆରସିଟିସି ପକ୍ଷରୁ ବାରଣ କରାଯାଇଛି। ରବିବାର ତିରୁପତି ଷ୍ଟେଶନରେ ପହଂଚିବା  ପରେ ଯାତ୍ରୀମାନେ କାନିପକମ୍ ଶ୍ରୀପୁରମ୍ବୁଲିବେ। ତୃତୀୟ ଦିନରେ ତିରୁମାଲା ପର୍ବତ, ଭେଙ୍କଟେଶ୍ୱରଙ୍କ ଦର୍ଶନ, ତିରୁଚନୌର ମନ୍ଦିର, ଶ୍ରୀ କଳାହସ୍ତୀ ପ୍ରଭୃତି ମନ୍ଦିର ଆଇଆରସିଟିସି ଯାତ୍ରୀମାନଙ୍କୁ ବୁଲାଇବ। ସେହିଦିନ ସନ୍ଧ୍ୟାରେ ଭୁବନେଶ୍ୱର ଅଭିମୁଖେ ଟ୍ରେନଟି ପ୍ରତ୍ୟାବର୍ତ୍ତନ କରିବ। ଯାତ୍ରାରେ ତୃତୀୟ ଶ୍ରେଣୀ ଏସି ଶୟନଯାନ କୋଚ ରହିଛି। ପୂରା ପ୍ୟାକେଜର ଭଡ଼ା ୪୮୨୭ ଟଙ୍କାରୁ ନେଇ ୧୭୩୦୪ ଟଙ୍କା ଯାଏ ରହିଛି। ଯାତ୍ରା ସମ୍ବନ୍ଧରେ ଅଧିକ ସୂଚନା ପାଇବା ସକାଶେ ଆଇଆରସିଟିସି www.irctc tourism.କମ ଦେଖିପାରିବେ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି।

03/09/2019

Leave a Reply

Your email address will not be published. Required fields are marked *

Comments