Bikash Khabar
ମାଲକାନଗିରି ଆଇଟିଆଇ ପକ୍ଷରୁ ଅଭିନବ ହ୍ୟାଣ୍ଡ ସାନିଟାଇଜର ମେସିନ ଉଦ୍ଭାବନ,ନବରଙ୍ଗପୁର ଆଇଟିଆଇ ତିଆରି କଲା ସ୍ୱତନ୍ତ୍ର ମାସ୍କ

ନୋଭେଲ କରୋନା ଭାଇରସ୍ବା କୋଭିଡ-୧୯ର ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବା କାରଣରୁ ସତର୍କତା ହିଁ ଏହି ରୋଗରୁ ବର୍ତିବାର ଏକମାତ୍ର ଉପାୟ। ଏହି ଭୂତାଣୁ ମୂଖ୍ୟତଃ ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ପର୍ଶ କଲେ ବ୍ୟାପିଥାଏ ତେଣୁ ସାମାଜିକ ଦୂରତା ବଜାୟ ରଖିବା ସହିତ ହାତ ଶରୀରକୁ ସଫା ରଖିବା, ଜୀବାଣୁ ରହିବାର ଆଶଙ୍କା ଥିବା ବିଭିନ୍ନ ସ୍ଥାନକୁ ସଫା ରଖିବା ଅତ୍ୟନ୍ତ ଜରୁରି। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଶିଳ୍ପ ତାଲିମ ଅନୁଷ୍ଠାନର ପ୍ରଶିକ୍ଷକମାନେ ମିଳିତ ଭାବେ ଏକ ଅଭିନବ ଧରଣର ହାତ ସଫା ସାନିଟାଇଜର ମେସିନ ତିଆରି କରିଛନ୍ତି।ସେହିପରି ନବରଙ୍ଗପୁର ଆଇଟିଆଇ ସମ୍ପୂର୍ଣ ମୁହଁ କୁ ଘୋଡାଇ ହୋଇପାରୁଥିବା ଭଳି ଏକ ନିଆରା ମାସ୍କ ତିଆରି କରି ଚର୍ଚା କୁ ଆସିଛନ୍ତି।ଏ ଉଭୟ ଶିକ୍ଷାନୁଷ୍ଠାନ କୁ ଅଞ୍ଚଳବାସୀ ତଥା ପ୍ରଶାସନ ପ୍ରସଂଶା କରିଛନ୍ତି

ସାନିଟାଇଜର କିମ୍ବା ହ୍ୟାଣ୍ଡ ୱାସ ଲଗାଇବାକୁ ହେଲେ ଉକ୍ତ ମେସିନକୁ ଗୋଡ଼ ଦ୍ୱାରା ପରିଚାଳିତ କରିହେବ। ଏହାକୁ ହାତରେ ସ୍ପର୍ଶ ନକରି ଗୋଡ଼ରେ ଚାପିଲେ ସାନିଟାଇଜର ହାତରେ ପଡ଼ିବ ଏଥିରେ ହାତ ସଫା କରାଯାଇପାରିବ। ଏହି ଅଭିନବ ମେସିନ ଉପଲବ୍ଧ କରିବା ଦ୍ୱାରା ଦୂଷିତ ଜୀବାଣୁଯୁକ୍ତ ହାତରୁ ସଂକ୍ରମଣକୁ ପ୍ରତିରୋଧ କରାଯାଇପାରିବ କାରଣ ସାନିଟାଇଜର ବୋତଲକୁ ବିଭିନ୍ନ ଲୋକ ହାତରେ ସ୍ପର୍ଶ କରିବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ରହିଥାଏ ମାତ୍ର ଏହି ମେସିନ ଦ୍ୱାରା କେବଳ ଗୋଡ଼ ଜରିଆରେ ହାତକୁ ସାନିଟାଇଜ କରି ହେଉଥିବାରୁ ଏହି ଆଶଙ୍କାକୁ ଦୂର କରାଯାଇପାରିବ। କରୋନା ମୁକାବିଲା ଲାଗି ଏହି ଅଭିନବ ସାନିଟାଇଜର ମେସିନ ତିଆରି କରିବା ପାଇଁ ୮୦୦ ରୁ ହଜାର ଟଙ୍କା ଖର୍ଚ୍ଚ ହେଉଛି ବୋଲି ମାଲକାନଗିରି ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଇଂ.ରାଜେଶ ତ୍ରିପାଠୀ ପ୍ରକାଶ କହିଛନ୍ତି।ସେଇଭଳି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ସରକାରୀ ଆଇଟିଆଇର ପ୍ରଶିକ୍ଷକମାନେ ସମ୍ପୂର୍ଣ୍ଣ ମୁହଁକୁ ଘୋଡ଼ାଇ ହେବା ଭଳି ତିଆରି କରିଥିବା ମାସ୍କରେ ୧୭ ରୁ ୨୦ ଟଙ୍କା ଯାଏଁ ଖର୍ଚ୍ଚ ଆସୁଛି

11/05/2020

Leave a Reply

Your email address will not be published. Required fields are marked *

Comments