Bikash Khabar
ଭୁବନେଶ୍ୱର ରେ ଆରମ୍ଭ ହେଲା ଭୋଗ କାର୍ଯ୍ୟକ୍ରମ

ରାଜ୍ୟରେ ପରୀକ୍ଷାମୂଳକ ଭାବେ  ଭୋଗକାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ପରୀକ୍ଷାମୂଳକ ଭାବେ ରାଜଧାନୀ ଭୁବନେଶ୍ୱର ରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ।  ଭୁବନେଶ୍ୱରରର ୩ଟି ସ୍ଥାନରେ ଏହି ଭୋଗ(ବ୍ଲିସଫୁଲ୍ ହାଇଜେନିକ୍ ଅଫରିଙ୍ଗ୍ ଟୁ ଗଡ୍ ) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଖାଦ୍ୟସାମଗ୍ରୀ ନିରାପତ୍ତା ରାସ୍ତାକଡ଼ ଖାଦ୍ୟସାମଗ୍ରୀର ଗୁଣାତ୍ମକ ମାନ ଯାଞ୍ଚକୁ ନେଇ ହୋଇଥିବା ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି।ସୂଚନା ଅନୁସାରେ, ଭୁବନେଶ୍ୱରସ୍ଥିତ ବରମୁଣ୍ଡା କାଳୀମନ୍ଦିର, ଟଙ୍କପାଣିରୋଡସ୍ଥିତ ସାଇ ମନ୍ଦିର ବାଣୀବିହାରସ୍ଥିତ ଶନି ମନ୍ଦିରରେ ମିଳୁଥିବା ଠାକୁରଙ୍କ ପ୍ରସାଦ(ଭୋଗ) ପରିଷ୍କାର-ପରିଚ୍ଛନ୍ନ ଗୁଣାତ୍ମକ ମାନର ବୋଲି ରାଜ୍ୟ ଫୁଡ୍ ସେଫ୍ଟି କମିଶନରଙ୍କ ପକ୍ଷରୁ ସାର୍ଟିଫିକେଟ୍ ଦିଆଯାଇଛି ଆଗାମୀ ଦିନରେ ଭୁବନେଶ୍ୱରର ଅନ୍ୟ ମନ୍ଦିରଗୁଡ଼ିକରେ ଉପଲବ୍ଧ ହେଉଥିବା ପ୍ରସାଦ(ଭୋଗ) ପ୍ରସ୍ତୁତି ଗୁଣାତ୍ମକ ମାନ ଆଧାରରେ ଫୁଡ୍ ସେଫ୍ଟି କମିଶନରଙ୍କ ପକ୍ଷରୁ ସାର୍ଟିଫିକେଟ୍ ଦିଆଯିବାକୁ ଯୋଜନା ରହିଛି। ପରବର୍ତ୍ତୀ ସମୟରେ ବିଭିନ୍ନ ମହାନଗର ପୌରାଞ୍ଚଳରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି।

 

05/01/2020

Leave a Reply

Your email address will not be published. Required fields are marked *

Comments