Bikash Khabar
୬ ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିବା ଷ୍ଟାର୍ଟ ଅପ ଏବେ ପହଂଚିଛି ୧୦୦ କୋଟିରେ

 ଆଇଆଇଟି ଏବଂ ଆଇଆଇଏମ୍ରୁ ଶିକ୍ଷାପ୍ରାପ୍ତ ଜଣ ଯୁବକ ଚାକିରି ପଛରେ ଧାଇଁ ଗ୍ରାମାଞ୍ଚଳ ବିକାଶରେ ଲାଗିଥିବା ଏକ ପ୍ରେରଣାଦାୟକ ଖବର ସାମ୍ନାକୁ ଆସିଛି। ଏମାନେ ଗ୍ରାମ୍ଫୋନ୍ଷ୍ଟାର୍ଟଅପ୍ମାଧ୍ୟମରେ କୃଷିଭିତ୍ତିକ ଖର୍ଚ୍ଚ କମାଉଛନ୍ତି। ଦାମୀ ସାରର ଅନାବଶ୍ୟକ ଉପଯୋଗ କମ୍କରି କୃଷକଙ୍କ ଆୟ ବୃଦ୍ଧି କରୁଛନ୍ତି। ୨୦୧୬ରେ ଇନ୍ଦୋରରେ ଗ୍ରାମ୍ଫୋନ୍ କାର୍ଯ୍ୟାଳୟ ଖୋଲି ତୌସିକ ଖାନ, ନିଶାନ୍ତ ବତ୍ସ, ହର୍ଷିତ ଗୁପ୍ତା ଆଶିଷ ସିଂ ୫୦ଜଣିଆ ଟିମ୍କୁ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ। ଏମାନେ ପ୍ରଥମେ ମଧ୍ୟପ୍ରଦେଶର କୃଷକମାନଙ୍କୁ ଏଥିରେ ଯୋଡିଥିଲେ। କେଉଁ ଫସଲକୁ କେଉଁ କୀଟନାଶକ କେତେ ମାତ୍ରାରେ ପ୍ରୟୋଗ କରାଯିବ ସେ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଉଛନ୍ତି। ଚାଷୀମାନେ ଏମାନଙ୍କ ଉପାୟରେ ଚାଷ କରିବା ପରେ ପ୍ରଥମ ଉପତ୍ାଦନ ୪୦ ପ୍ରତିଶତ ବୃଦ୍ଧି ଘଟିଥିଲା। ଚାଷ ବାବଦ ଖର୍ଚ୍ଚ ୨୦ ପ୍ରତିଶତ କମ୍ବି ହୋଇଗଲା। କୃଷକମାନଙ୍କୁ ସବୁବେଳେ ସେମାନଙ୍କ ପ୍ରଶ୍ନର ଉତ୍ତରଦେବା ଲାଗି ଏମାନେ କଲ୍ସେଣ୍ଟର ଖୋଲିଛନ୍ତି। ଆର୍ଟିଫିସିଆଲ୍ବେଷ୍ଟ୍ଆପ୍ମଧ୍ୟ ରଖାଯାଇଛି। ଏମାନେ କେବଳ ମଧ୍ୟପ୍ରଦେଶ ନୁହେଁ ଛତିଶଗଡ଼, ରାଜସ୍ଥାନ, ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ପାଖାପାଖି .୫୦ ଲକ୍ଷ କୃଷକଙ୍କୁ ଯୋଡି ସାରିଲେଣି। ତିନିବର୍ଷ ମଧ୍ୟରେ ଲକ୍ଷ କୃଷକଙ୍କୁ ଲାଭ ପହଞ୍ଚାଯାଇଛି। ପ୍ରତିଦିନ ହଜାରରୁ ଊର୍ଦ୍ଧ୍ୱ କୃଷକ କୃଷି ସମ୍ବନ୍ଧିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହା ସହ ସମ୍ପର୍କ କରୁଛନ୍ତି। ଯେଉଁ କୃଷକ ସ୍ମାର୍ଟ ଫୋନ୍ବ୍ୟବହାର ଜାଣି ନାହାନ୍ତି ସେମାନେ ସାଧାରଣ ଫୋନ୍ରେ ମିସ୍ କଲ୍ଦେଲେ ସେମାନଙ୍କୁ ସମାଧାନର ଉପାୟ ସମ୍ପର୍କରେ ଜଣାଇ ଦିଆଯାଉଛି। ତିନିବର୍ଷ ପୂର୍ବରୁ ମାତ୍ର ଲକ୍ଷ ଟଙ୍କାରେ ଆରମ୍ଭ କରାଯାଇଥିବା ଏହି ଗ୍ରାମ୍ଫୋନ୍ଷ୍ଟାର୍ଟଅପ୍ଏବେ ୧୦୦ କୋଟି ଟପିଯାଇଛି।

18/11/2019

Leave a Reply

Your email address will not be published. Required fields are marked *

Comments