Bikash Khabar
ଶିକ୍ଷକ ଙ୍କୁ ମୂଲ୍ୟାଙ୍କନ କରିବେ ବିଦ୍ୟାର୍ଥୀ,ଆରମ୍ଭ ହେବ ‘ପ୍ୟାରେଣ୍ଟ ଫିଡ୍‌ବ୍ୟାକ୍‌ ଆପ୍‌’

ଶିକ୍ଷକଙ୍କ ଶିକ୍ଷାଦାନ ଉପରେ ବିଦ୍ୟାର୍ଥୀ ମାନେ ମୂଲ୍ୟାଙ୍କନ କରିବେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହାଇସ୍କୁଲରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ସ୍କୁଲ ଗଣଶିକ୍ଷା ବିଭାଗ ଏକ ନିର୍ଦ୍ଦିଷ୍ଟ ଡାଏରି ଫର୍ମାଟ୍ରେ ପ୍ରତିଦିନ ପ୍ରତି ଶ୍ରେଣୀର ଜଣେ ଛାତ୍ର କିମ୍ବା ଛାତ୍ରୀ ସେମାନଙ୍କ ମତ ଦେବେ। ଶିକ୍ଷକଙ୍କ ପାଠପଢ଼ା କିଭଳି ଥିଲା? କିଛି ଅବୁଝା ରହିଗଲା କି? ଛାତ୍ର/ଛାତ୍ରୀଜଣକ ଆଉ ଜାଣିବାକୁ ଚାହୁଁଛନ୍ତି? ଏଭଳି ବିଭିନ୍ନ ବିଷୟରେ ସେ ପ୍ରଧାନ ଶିକ୍ଷକଙ୍କୁ ଲେଖି ଜଣାଇବେ।ମତାମତ ଦେବା ବେଳେ ବିଦ୍ୟାର୍ଥୀ ଜଣଙ୍କ ନିଜ ନାଁ,ରୋଲ ନମ୍ବର କେଉଁ ଶ୍ରେଣୀରେ ପଢ଼ନ୍ତି ସୂଚିତ କରାଇବେ ବିଦ୍ୟାର୍ଥୀଙ୍କ ମତାମତ ଆଧାର ରେ ଶିକ୍ଷକ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାଦ୍ବାରା ଶିକ୍ଷାଦାନରେ ଅବହେଳା ପ୍ରଦର୍ଶନ କରୁଥିବା ଶିକ୍ଷକଙ୍କ ଉପରେ ଲଗାମ ଲାଗିପାରିବା ସହିତ ପାଠପଢ଼ାରେ ସ୍ବଚ୍ଛତା   ଶ୍ରେଣୀରେ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରିବ। ସ୍କୁଲ ମ୍ୟାନେଜ୍ମେଣ୍ଟ କମିଟି(ଏସ୍ଏମ୍ସି)/ଅଧ୍ୟାପକ-ଶିକ୍ଷକ ସଂଘ(ପିଟିଏ) ମଧ୍ୟ ଏକ ଡାଏରି ପରିଚାଳନା କରିବେ। ସେଥିରେ ସେମାନେ ସ୍କୁଲ ବିଷୟରେ ବିଭିନ୍ନ ମତ ଦେଇପାରିବେ। ସ୍କୁଲ ହେଲ୍ ଲାଇନ୍ନମ୍ବରକୁ ସଂକ୍ଷିପ୍ତ କରାଯିବ। ଡିଜିଟ୍ବିଶିଷ୍ଟ ନମ୍ବର ହେବ। ଏଣିକି ଅଭିଭାବକଙ୍କୁ ବି ସିଧାସଳଖ ସ୍କୁଲ ସହ ଯୋଡ଼ାଯିବ। ଅଭିଭାବକମାନେ ଆଇଭିଆରଏସ୍‌(ଇଣ୍ଟରାକ୍ଟିଭ୍ଭଏସ୍ରେସପନ୍ସ ସର୍ଭିସ୍‌) ମାଧ୍ୟମରେ ସେମାନଙ୍କ ସ୍କୁଲ ଶିକ୍ଷକମାନଙ୍କ ସମ୍ପର୍କରେ ମତ ରଖିପାରିବେ। ବିଭାଗ ପକ୍ଷରୁ ତଥ୍ୟଭିତ୍ତିକ ସର୍ଭେ ଲାଗି ସିଧାସଳଖ ଅଭିଭାବକମାନଙ୍କଠାରୁ ମତାମତ ନିଆଯିବ। ଏଥିସହ ଅଭିଭାବକଙ୍କ ମତାମତ ନେବା ପାଇଁ ଏକ ଆପ୍ଲିକେସନ୍ଆରମ୍ଭ ହେବ। ଯାହାର ନାମକରଣ ହେବ ପେରେଣ୍ଟ ଫିଡ୍ବ୍ୟାକ୍ଆପ୍ ଏହି ଆପ୍ଲିକେସନ୍ମାଧ୍ୟମରେ ଅଭିଭାବକମାନେ ସେମାନଙ୍କ ପିଲା ସ୍କୁଲରେ ପାଠପଢ଼ା ସମ୍ପର୍କରେ ଜାଣିପାରିବେ।

27/08/2019

Leave a Reply

Your email address will not be published. Required fields are marked *

Comments