Bikash Khabar
ପ୍ରିୟଙ୍କାଙ୍କ ପରେ ସୁଚିତ୍ରା ଙ୍କ କିଡନୀ ରେ ବଞ୍ଚିଲା ଆଉ ଦୁଇ ଜୀବନ, ରାଜଧାନୀରେ ହେଲା ଆଉ ଏକ କାଡାଭରିକ୍‌ ପ୍ରତିରୋପଣ

 ଚଳିତ ମାସରେ ଦ୍ବିତୀୟ ଥର ଲାଗି ଆଜି ଆପୋଲୋହସ୍ପିଟାଲରେ ଆଉ ଏକ କାଡାଭରିକ୍ପ୍ରତିରୋପଣ ସଫଳହୋଇଛି। ବ୍ରେନ୍ ଡେଡ୍ ବା ମସ୍ତିଷ୍କ ମୃତ ଥିବା ସୁଚିତ୍ରା ଦାଶ(୫୬) ନାମ୍ନୀ ଜଣେ ମହିଳାଙ୍କର ଦୁଇଟି କିଡ୍ନି କଢ଼ାଯାଇ ଆପୋଲୋ ଆମ୍ରି ହସ୍ପିଟାଲରେ ଥିବା ଦୁଇଜଣ ରୋଗୀଙ୍କ ଶରୀରରେ ଲଗାଯାଇଛି   ଆପୋଲୋ ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୩ ତାରିଖରେ ମସ୍ତିଷ୍କାଘାତ(ବ୍ରେନ୍ ଷ୍ଟ୍ରୋକ୍‌) କାରଣରୁ ଭୁବନେଶ୍ବର ଅଞ୍ଚଳର ସୁଚିତ୍ରା ଦାଶଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଡା. ଅନ୍ତର୍ଯ୍ୟାମୀ ପଣ୍ଡାଙ୍କ ଅଧୀନରେ ସେ ଚିକିତ୍ସିତ ହେଉଥିଲେ।

ତେବେ ଆଜି ତାଙ୍କର ବ୍ରେନ୍ ଡେଡ୍ହେବା ପରେ ପରିବାରଲୋକଙ୍କୁ ସଂପର୍କରେ ସୂଚନା ଦିଆଯାଇଥିଲା। ତାଙ୍କ ସ୍ବାମୀ ଗୋପାଳ ଦାଶଙ୍କୁ ହସ୍ପିଟାଲ ପକ୍ଷରୁ କାଉନ୍ସେଲିଂ କରାଯିବା ପରେ ସେ ସୁଚିତ୍ରାଙ୍କ ଅଙ୍ଗଦାନ ପାଇଁ ରାଜି ହୋଇଥିଲେ। ପରେ ହସ୍ପିଟାଲ ପକ୍ଷରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସଂକ୍ରାନ୍ତରେ ରାଜ୍ୟ ଅଙ୍ଗ ଟିସ୍ୟୁ ପ୍ରତିରୋପଣ ସଂଗଠନ ବା ସୋଟୋକୁ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା। ସୋଟୋ ପକ୍ଷରୁ କେଉଁ ଦୁଇଜଣ ବ୍ୟକ୍ତିଙ୍କୁ ସୁଚିତ୍ରାଙ୍କ କିଡ୍ନି ପ୍ରଦାନ କରାଯିବ, ତାହା ସ୍ଥିର ହୋଇଥିଲା। ପ୍ରାୟ ସଂଧ୍ୟା ୭ଟା ସମୟରେ ଆପ୍ନିଆ ପରୀକ୍ଷା ପରେ ଆପୋଲୋ ହସ୍ପିଟାଲର ବରିଷ୍ଠ ୟୁରୋଲୋଜି ବିଶେଷଜ୍ଞ ଡା.ସମୀରଣ ଦାସଅଧିକାରୀଙ୍କ ନେତୃତ୍ବରେ ଏକ ଡାକ୍ତରୀଦଳ କିଡ୍ନି କାଢ଼ିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଦୀର୍ଘ ଘଣ୍ଟାର ଅସ୍ତ୍ରୋପଚାର ପରେ ଦୁଇଟି କିଡ୍ନି କଢ଼ାଯାଇଥିଲା। ଆପୋଲୋର ଏହି ଟିମ୍ରେ ଡା.ପ୍ରତୀକ ସାହୁ, ନିଶ୍ଚେତକ ବିଶେଷଜ୍ଞ ଦେବବ୍ରତ ଦାସ, ଟେକ୍ନିସିଆନ୍ ଅଶୋକ ନାୟକ ଅନ୍ୟମାନେ ସାମିଲ ହୋଇଥିଲେ। ସୋଟୋର ନୋଡାଲ ଅଧିକାରୀ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କରଙ୍କ ତତ୍ତ୍ବାବଧାନରେ ଏହି କାଡାଭରିକ ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଦୁଇଟି କିଡ୍ନିରୁ ଗୋଟିଏ କିଡ୍ନି ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗଞ୍ଜାମ ଜିଲ୍ଲା ଛତ୍ରପୁରର ଜଗନ୍ନାଥ ସୁର(୫୫)ଙ୍କ ଶରୀରରେ ରାତି ପ୍ରାୟ ୧୨ଟାରେ ପ୍ରତିରୋପଣ କରାଯାଇଥିବାବେଳେ ଅନ୍ୟଟି ତୁରନ୍ତ ଆମ୍ରି ହସ୍ପିଟାଲ ପଠାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ମିନତି ସାମନ୍ତରାୟ(୪୫)ଙ୍କ ଶରୀରରେ ଏହା ପ୍ରତିରୋପଣ କରାଯାଇଥିଲା।

27/02/2020

Leave a Reply

Your email address will not be published. Required fields are marked *

Comments