Bikash Khabar
ଶିଶୁ ଯୌନ ନିର୍ଯ୍ୟାତନା ମାମଲାରେ କଠୋର ହେଲେ ସୁପ୍ରିମ କୋର୍ଟ, ଦୁଇ ମାସ ମଧ୍ୟରେ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ପାଇଁ ଦେଲେ ପରାମର୍ଶ

ଦେଶରେ ଶିଶୁଙ୍କ ପ୍ରତି ଯୌନ ନିର୍ଯାତନା ମାମଲା ବଢ଼ିବାରେ ଲାଗିଛି। କେଉଁଠି କେଉଁଠି ଏକାଧିକ ମାମଲା ଦେଖିବାକୁ ମିଳୁଛି।  ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି ଶିଶୁଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ଅଧୀନରେ ସମସ୍ତ ଜିଲାରେ ୬୦ ଦିନ ମଧ୍ୟରେ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ପାଇଁ ଗୁରୁବାର ସୁପ୍ରିମକୋର୍ଟ  କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ବିଚାରପତି  ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ୧୦୦ରୁ ଊର୍ଦ୍ଧ୍ୱ ପୋକ୍ସୋ ମାମଲା ବିଚାରାଧୀନ ଥିବା ଜିଲାଗୁଡ଼ିକରେ ପୀଡ଼ିତ ଶିଶୁଙ୍କୁ ନ୍ୟାୟ ପ୍ରଦାନ ପାଇଁ ମାସ ମଧ୍ୟରେ କେନ୍ଦ୍ର ସରକାର ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା କରିବେ। ଏହାସହ ଏପରି ମାମଲାଗୁଡ଼ିକର ପରିଚାଳନା ପାଇଁ ସରକାର ତାଲିମପ୍ରାପ୍ତ ତଥା ସମ୍ବେଦନଶୀଳ ଓକିଲ  ସହାୟକଙ୍କୁ ନିଯୁକ୍ତ କରିବେ। କୋର୍ଟ ସ୍ଥାପନ ପାଇଁ ଆବଶ୍ୟକ ପାଣ୍ଠି କେନ୍ଦ୍ର ସରକାର ବହନ କରିବେ। ପୋକ୍ସୋ କୋର୍ଟ ପ୍ରତିଷ୍ଠା ସେଠାରେ ପ୍ରୋସିକ୍ୟୁଟର ନିଯୁକ୍ତି ସମ୍ପର୍କିତ ଯୋଜନା ନେଇ ସରକାର ୩୦ ଦିନ ମଧ୍ୟରେ ପ୍ରୋଗ୍ରେସ ରିପୋର୍ଟ ଦାଖଲ କରି ସୁପ୍ରିମକୋର୍ଟଙ୍କୁ ଅବଗତ କରିିବେ। ସେହିପରି ଏପରି ମାମଲାର ଫରେନ୍ସିକ୍ରିପୋର୍ଟ ଉଚିତ ସମୟରେ ଦାଖଲ ପାଇଁ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ଶାସନ ସଚିବମାନେ ନିଶ୍ଚିତ କରିବେ ବୋଲି ଶୀର୍ଷ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁ ବଳାତ୍କାର ଉପରେ ଦେଶବ୍ୟାପୀ ଅଧିକ ତଥ୍ୟ ସଂଗ୍ରହ ପୋକ୍ସୋ ଆଇନର କାର୍ଯ୍ୟକାରିତାକୁ ବିଳମ୍ବିତ କରିବ ବୋଲି ଖଣ୍ଡପୀଠ ଆଶଙ୍କା ବ୍ୟକ୍ତ କରିଛନ୍ତି। ପୋକ୍ସୋ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ପ୍ରତ୍ୟେକ ଜିଲାରେ ଫରେନ୍ସିକ୍ଲାବରେଟୋରି ପ୍ରତିଷ୍ଠା ଲାଗି ଆମିକସ୍କ୍ୟୁରି (ଆଇନ ମିତ୍ର) ଭି. ଗିରିଙ୍କ ପ୍ରସ୍ତାବକୁ ପରେ ବିଚାର କରାଯାଇପାରେ। ତେବେ ଏଭଳି ମାମଲାଗୁଡ଼ିକର ତୁରନ୍ତ ବିଚାର ଲାଗି ଉଚିତ ସମୟରେ ଫରେନ୍ସିକ୍ରିପୋର୍ଟ ଦାଖଲ କରାଇବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

26/07/2019

Leave a Reply

Your email address will not be published. Required fields are marked *

Comments