Bikash Khabar
ସୁଷମାଙ୍କ ଶୋକରେ ଡୁବିଛି ଭାରତ

ଭାରତୀୟ ରାଜନୀତିର ଅଗ୍ନିବର୍ଷୀ ନେତ୍ରୀ ସୁଷମା ସ୍ୱରାଜ ଆଉ ନାହାନ୍ତି  ୬୭ ବର୍ଷ ବୟସରେ ହୃଦଘାତ ରେ ମଙ୍ଗଳବାର ତାଙ୍କର ଦିଲ୍ଲୀ ଏମ୍ସ ରେ ପରଲୋକ ପ୍ରାପ୍ତି ଘଟିଛି ରାଜନୀତିରେ ଅପରାଜିତା, ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ସୁଷମା ଲୋକସଭାକୁ ଥର ବିଜୟୀ ହୋଇ ଆସିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତ୍ରୀ ହେବାଠାରୁ ବୈଦେଶିକ ମନ୍ତ୍ରୀ ଯାଏଁ ସବୁଠି ସେ ନିଜର ପାରଦର୍ଶିତା ପ୍ରଦର୍ଶିତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ସ୍ୱଳ୍ପ ସମୟ ପାଇଁ ଅଧିଷ୍ଠିତ ସୁଷମା ୨୫ ବର୍ଷ ବୟସରେ ହରିୟାଣା ସରକାର ରେ କ୍ୟାବିନେଟ ମନ୍ତ୍ରୀ ଭାବେ ଯୋଗଦେଇଥିଲେ।ଅଟଳ ବିହାରୀ ବାଜପେୟୀଙ୍କ ସରକାର ରେ ସୁଷମା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ଦାୟିତ୍ୱ ସମ୍ଭାଳି ଥିଲେ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ କ୍ୟାବିନେଟ ରେ ବୈଦେଶିକ ମନ୍ତ୍ରୀ ଭାବେ ସେ ସର୍ବାଧିକ ଲୋକପ୍ରିୟ ସଂସଦ , ଜାତିସଂଘ , ନିର୍ବାଚନୀ ସଭା ତଥା ବିଭିନ୍ନ ସ୍ଥାନରେ ନିଜର ଓଜସ୍ୱୀନି ଭାଷଣ ପାଇଁ ସେ ଲୋକପ୍ରିୟ ଥିଲେ ଅନ୍ୟକୁ  ସାହାଯ୍ୟ କରିବାର ମନୋଭାବ, କାର୍ଯ୍ୟଦକ୍ଷତା, ହସହସ ମୁହଁ ପାଇଁ ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ ସୁଷମା ତାଙ୍କ ପରି ଜଣେ ବାଗ୍ମୀ ନେତ୍ରୀଙ୍କୁ ହରାଇବା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି  ରାଷ୍ଟ୍ରପତି ରାମନାଥ କୋବିନ୍ଦ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁଷମା ଙ୍କ ପରଲୋକ ପ୍ରାପ୍ତି ଖବର ପରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି  ସୂଚନାଯୋଗ୍ୟ ଯେ ମୃତ୍ୟୁ କେଇଘଣ୍ଟା ଆଗରୁ ନିଜର ଶେଷ ଟ୍ୱଇଟରେ ସେ ଏପରି ଏକ ଦିନକୁ ଅପେକ୍ଷା କରିଥିଲେ ବୋଲି ଦର୍ଶାଇ ଜାମ୍ମୁ-କାଶ୍ମୀର ରେ ୩୭୦ ଧାରା ଉଛେଦ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ସାବାସୀ ଜଣାଇଥିଲେ    

07/08/2019

Leave a Reply

Your email address will not be published. Required fields are marked *

Comments