Bikash Khabar
ସଂସଦରେ ସ୍ୱଚ୍ଛତା ଅଭିଯାନ,ବାଚସ୍ପତି,ମନ୍ତ୍ରୀ,ସାଂସଦ ଧରିଲେ ଝାଡୁ

ଶନିବାର ଭାରତୀୟ ପାର୍ଲିଆମେଣ୍ଟ ରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ କୁ ନେଇ ସାରା ଦେଶରେ ଉତ୍ସାହ ସୃଷ୍ଟିହୋଇଥିବା ବେଳେ ସାଂସଦର ତାଙ୍କର ସ୍ୱଚ୍ଛତା ଦୀକ୍ଷାକୁ ପାଳନ କରାଯାଇଛି ବାଚସ୍ପତି ଓଁ ବିର୍ଲା ଙ୍କ ସମେତ ବହୁ ମନ୍ତ୍ରୀ ସାଂସଦ ହାତରେ ଝାଡୁ ଧରି ସାଂସଦ ଭବନ ପରିସରକୁ ସଫା ସୁତୁରା କରିଥିଳେ ସକାଳ ରୁ ଏହି କାର୍ଯ୍ୟକ୍ରମ ସାଂସଦ ମାନଙ୍କୁ ଚଳଚଂଚଳ କରାଇଥିଲା ସୂଚନା ଯୋଗ୍ୟଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନଡିଏ ସରକାର ସ୍ଵଛ ଭାରତ ମିଶନ କୁ ଦେଶରେ ଏକ ନୁଆଁ ରୂପ ଦେଇଥିଲେ ବର୍ଷ ବର୍ଷ ଧରି ଯେଉଁ ଗ୍ରାମାଞ୍ଚଳ ଗୁଡିକରେ ଖୋଲାରେ ମଳତ୍ୟାଗ ଅଭ୍ୟାସ ଥିଲା ସେଥିରୁ ୮୦ ପ୍ରତିଶତ ରୁ ଅଧିକ ଗାଁ ରେ ଚିତ୍ର ବଦଳିଗଲା। ଯେଉଁ ମାନେ ଏହି ଯୋଜନାର ସଫଳତା ନେଇ ସନ୍ଧିହାନ ଥିଲେ ସେମାନେ ପରବର୍ତୀ ସମୟରେ ଏହି ମିଶନ ରେ ଯୋଡି ହୋଇଥିବା ଦେଖାଗଲା ସଂସଦ ରେ ଏଭଳି ଅଭିଯାନ କୁ ବହୁ ସାଂସଦ ମନ୍ତ୍ରୀ ପ୍ରସଂଶା କରିଛନ୍ତି 

13/07/2019

Leave a Reply

Your email address will not be published. Required fields are marked *

Comments