Bikash Khabar
ପୁରୀ ସ୍ୱର୍ଗ ଦ୍ୱାର ରେ ଶବବାହକ ହେବେ ବୀମାଭୁକ୍ତ

ପୁରୀ ସ୍ୱର୍ଗଦ୍ୱାର ଖୁବଶୀଘ୍ର ବଦଳିବ। ଏଠି ସମସ୍ତ ସୁବିଧା ମିଳିବ। ସ୍ବର୍ଗଦ୍ବାରକୁ ଶବ ନେଇ ଆସୁଥିବା ଲୋକ ବିରକ୍ତ ଭାବ ନେଇ ଫେରିବେ ନାହିଁ, ବରଂ ଭଲ ଆତିଥେୟତା ପାଇ ଫେରିବେ। ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସ୍ବର୍ଗଦ୍ବାର ଦେଖିଲା ଭଳି ସ୍ଥାନ ହେବ। ସିଙ୍ଗଲୱିଣ୍ଡୋ ସିଷ୍ଟମରେ ସବୁ ସୁବିଧା ମିଳିବ। ଗୋଟିଏ ସ୍ଥାନରେ ଅଫିସ କରାଯାଇ ପେଶାଦାର କର୍ମଚାରୀଙ୍କୁ ନିଯୁକ୍ତି କରାଯିବ। ଆଜି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ପୁରୀ ସ୍ବର୍ଗଦ୍ବାର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସ୍ବର୍ଗଦ୍ବାର ପୁନରୁଦ୍ଧାର କରାଯିବା ସହିତ ଏହାର ଚତୁଃ ପାର୍ଶ୍ବର ସୌନ୍ଦର୍ଯ୍ୟକରଣ କିଭଳି ହେବ. କାର୍ଯ୍ୟର ଅଗ୍ରଗତି ତଦାରଖ କରିଛନ୍ତି। ଏଥିପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯିବ। ଅପରାହ୍ଣରେ ଗାନ୍ଧୀଘାଟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶବ ବାହକମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶବଦାହ ବାହକ କାମ କରୁଥିବା କର୍ମଚାରୀଙ୍କ ଜୀବିକା ଉପାର୍ଜନରେ କିଭଳି ଉନ୍ନତି ହେବ ସେ ନେଇ ଆଲୋଚନା ହୋଇଥିଲା। ସେମାନଙ୍କୁ କିଭଳି ବୀମାଭୁକ୍ତ କରାଯିବ ସେ ସଂପର୍କରେ ଆଲୋଚନା ହୋଇଥିଲା। ବୈଠକରେ ପୁରୀ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଓଡ଼ିଶା ସେତୁ ନିର୍ମାଣ ନିଗମ, ପୁରୀ ଡିଭିଜନର ବରିଷ୍ଠ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ ପାଣିଗ୍ରାହୀ ପରାମର୍ଶଦାତା ସିଦ୍ଧାର୍ଥ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

30/07/2020

Leave a Reply

Your email address will not be published. Required fields are marked *

Comments