ତାଳଚେର ସାର କାରଖାନାରେ କାର୍ଯ୍ୟକାରୀ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୈଠକରେ ଉପସ୍ଥିତ ଥିଲେ କେନ୍ଦ୍ର କୋଇଲା ମନ୍ତ୍ରୀ ଓ ଖଣି ମନ୍ତ୍ରୀ ଏବଂ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ । କାରଖାନା ପାଇଁ ଥିବା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ବ ।ତାଳଚେର ସାର କାରଖାନା ହେବ ଦେଶର ପ୍ରଥମ କୋଇଲା ଗ୍ୟାସୀୟକରଣ କାରଖାନା । ତାଳଚେର ସାର କାରଖାନା ଭାରତକୁ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭର କରିବ। ସାର ଉତ୍ପାଦନରେ ଦେଶରେ ପ୍ରମୁଖ ସ୍ଥାନ ନେବା ସହିତ କର୍ମନିୟୋଜନ ସୃଷ୍ଟି ଦିଗରେ ମଧ୍ୟ ଏହି ପ୍ରକଳ୍ପ ସହାୟକ ହେବ ବୋଲି କହିଛନ୍ତି ମନ୍ତ୍ରୀ ଧର୍ମେଦ୍ର ପ୍ରଧାନ । ଓଡିଶା ବିକାଶରେ ତାଳଚେର ସାର କାରଖାନା ର ଏହି ପ୍ରକଳ୍ପ ବେଶ ସହାୟକ ହେବ ବୋଲି ସେ ସୂଚିତ କରାଇଥିଲେ ।
11/12/2020