Bikash Khabar
ମଶାଣି ସଫା କଲେ ତଲସରା ବିଧାୟକ

ନିଆରା କାମ ପାଇଁ ଚର୍ଚା କୁ ଆସିଛନ୍ତି ଜଣେ ବିଧାୟକ ଦଳୀୟ କାର୍ଯ୍ୟକ୍ରମର ନେତୃତ୍ୱ ନେଇ ନୁହଁ ବରଂ ସମାଜସେବା ପାଇଁ ବିଧାୟକ ଙ୍କ ନୁଆଁ ରୂପ ନୂଆ ବର୍ଷ ଆରମ୍ବରୁ ଦେଖିବାକୁ ମିଳିଛି ନିଜର କିଛି ସାଥୀ ସମର୍ଥକ ଙ୍କୁ ନେଇ  ମଶାଣିରୁ ମଇଳା ଉଠାଇବାକୁ ଯାଇଥିଲେ ବିଧାୟକ। ନିଜ ସରଳ ଚେହେରା ନିରବରେ କାମ କରିଯିବାର ଶୈଳୀକୁ ନେଇ ଲୋକଙ୍କ ନିକଟତର ହୋଇଥିବା ଏହି ବିଧାୟକ ଜଣକ ହେଲେ ସୁନ୍ଦରଗଡ଼ ଜିଲା  ତଳସରାର ଭବାନୀ ଶଙ୍କର ଭୋଇ। ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟିରୁ ବିଧାୟକ ହୋଇଥିବା ଶ୍ରୀ ଭୋଇ ଆଜି ସକାଳୁ କୋଦାଳ ଝାଡ଼ୁ ଧରି ପହଞ୍ଚି ଯାଇଥିଲେ ସୁନ୍ଦରଗଡ଼ ରାଣୀବଗିଚା ବାଇପାସ୍ସ୍ଥିତ ମଶାଣିରେ। ମାରିଥିଲେ ଝାଡ଼ୁ, କୋଦାଳରେ କାଟିଥିଲେ ଅନାବନା ଲଟାବୁଦା। ସାଥୀ ସମର୍ଥକଙ୍କ ସହ ମଶାଣିରେ ପଡ଼ିଥିବା ଦରପୋଡ଼ା କାଠ, ପାଉଁଶ, ମୃତଦେହର ଅବଶେଷ ଫିଙ୍ଗା ଯାଇଥିବା ଅଳିଆକୁ ଉଠାଇ ଫିଙ୍ଗିଲେ। ମଶାଣିର ଚାରିକଡ଼େ ଉଠିଥିବା କଣ୍ଟାବୁଦାକୁ କାଟି ପୂରା ସଫା କରିଥିଲେ। ପ୍ରାୟ ଘଣ୍ଟା ଧରି ମଶାଣିରେ ସଫେଇ କରି ଫେରିଥିଲେ ବିଧାୟକ ଭବାନୀ।

06/01/2020

Leave a Reply

Your email address will not be published. Required fields are marked *

Comments