Bikash Khabar
ବିଲାତି କ୍ଷେତରେ ଦୁଇଟଙ୍କା ,ରାଜଧାନୀ ବଜାରରେ ୧୦ ଟଙ୍କା

ଚାଷ କ୍ଷେତରେ ଏବେ ଲାଲ ଟହ ଟହ ବିଲାତି ,କିନ୍ତୁ ଖୁସି ହୋଇପାରୁନି ଚାଷୀବିକ୍ରି ମୂଲ୍ୟଠାରୁ ପରିବହନ ଖର୍ଚ୍ଚ ଅଧିକ ହୋଇଯାଉଛିସଠିକ ମୂଲ୍ୟରେ  ବିକ୍ରି ପାଇଁ ବଜାର ନାହିଁ କି ସଂରକ୍ଷଣ କରିବାକୁ ଶୀତଳଭଣ୍ଡାର  ନାହିଁବିଲାତି ପ୍ରକ୍ରିୟାକରଣ ଶିଳ୍ପ ବିଲାତି ଓଡ଼ିଶାଚାଷୀଙ୍କ କାମରେ ଆସୁନିସ୍ଥାନୀୟ ବଜାରରେ ବିଲାତି କିଲୋ ମାତ୍ର ଦୁଇଟଙ୍କା ଥିବାରୁ କେନ୍ଦୁଝର ଜିଲ୍ଲାରେ ପୁଣି ରାସ୍ତାରେ ଢାଳିବା ପରି ସମୟ ଆସିଗଲାଣିକିଛିଦିନ ତଳେ ତେଲକୋଇ କିଛି ଚାଷୀ ମଧ୍ୟ ରାସ୍ତା ରେ ବିଲାତି ଢାଳି ପ୍ରତିବାଦ କରିଥିଲେଚାଷୀମାନେ ଏପରି ମୂଲ୍ୟ ପାଇଁ ସଂଘର୍ଷ କରୁଥିବାବେଳେ ବେପାରୀ ମାନେ ଏହାର ସୁଯୋଗ ନେବାକୁ ପ୍ରୟାସ କରୁଛନ୍ତିକେନ୍ଦୁଝର ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଚାଷ କ୍ଷେତରେ ବିଲାତି କିଲୋ ପ୍ରତି ୨ଟଙ୍କାରେ ମିଳୁଥିବା ବେଳେ ଭୁବନେଶ୍ୱର ବଜାର ରେ ବିଲାତିକିଲୋ ପ୍ରତି ଦଶଟଙ୍କା ଦରରେ ବିକ୍ରୀହେଉଛି

 

କେନ୍ଦୁଝର ଜିଲ୍ଲା ସଦର ବ୍ଲକର ମହାଦେଇଯୋଡ଼ା ପଞ୍ଚାୟତ ପନିପରିବା ଚାଷରେ ବେଶ୍ଆଗୁଆ ବର୍ଷ ପଞ୍ଚାୟତର ମହାଦେଇଯୋଡ଼ା, ଟକରପଡ଼ା, ଡାଳିମ୍ବାଡିହି, ମହାନ୍ତସାହି, ଶିମିଳି ସାହି ଆଦି ଗ୍ରାମରେ ପାଖାପାଖି ୫୦ ଏକରରରୁ ଊର୍ଦ୍ଧ୍ବ ଜମିରେ ବିଲାତି ଚାଷ ହୋଇଥିଲାଚାଷ ବେଳେ ଧାର କରଜ କରିଥିବା ଚାଷୀମାନେ ଅମଳ ପରେ ଶୁଝିବାକୁ ଲକ୍ଷ୍ୟ ରଖିଥିଲେଏବେ ସେ ଲକ୍ଷ୍ୟ ପୂରଣ ହେବ ନାହିଁ ବୋଲି ସେମାନେ କହିଛନ୍ତିକାରଣ ବିଲାତି ଯେଉଁ ମୂଲ୍ୟରେ ବିକ୍ରି ହେବା କଥା, ତାହା ହେଉନାହିଁକେବଳ କେନ୍ଦୁଝର ନୁହେଁ ଅନୁଗୁଳ ଗୁରୁବାର ହାତରେ ବିଲାତି କିଲୋ ଟଙ୍କା ହୋଇଯାଇଛିବନ୍ତଳା ଅଂଚଳର ଚାଷୀ କ୍ଷେତରୁ ବିଲାତି ତୋ  ଥିବା କହିଛନ୍ତି ଅନୁଗୁଳ ଉଦ୍ୟାନ କୃଷି ଉପ ନିର୍ଦ୍ଧେଶକ ପଦ୍ମ ଲୋଚନ ସାହୁ

01/03/2019

Leave a Reply

Your email address will not be published. Required fields are marked *

Comments