Bikash Khabar
ବୋରଓ୍ବେଲରେ ଖସିପଡୁଥିବା ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ସ୍ବତନ୍ତ୍ର ମେଶିନ ତିଆରି କଲେ ଯୁବକ

  ବୋରଓ୍ବେଲରେ ଖସିପଡୁଥିବା ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ତାମିଲନାଡୁ ମଦୁରାଇ ସହରରେ ରହୁଥିବା ଜଣେ ବ୍ୟକ୍ତି ଭିନ୍ନ ଧରଣର ମେଶିନ ଆବିଷ୍କାର କରିଛନ୍ତି। ଅବଦୁଲ ରଜାକ ନାମକ ଏହି ବ୍ୟକ୍ତି ଜଣକ କହିଛନ୍ତି ବାରମ୍ବାର ବୋରଓ୍ବେଲରେ ଶିଶୁ ଖସିପଡିବା ଘଟଣା ଦେଖିବା ପରେ ଏମିତି ଏକ ମେଶିନ ତିଆରି କରିବାକୁ ଚିନ୍ତା କରିଥିଲେ। ଏହି ମେଶିନଟି ଛତା ଟେକ୍ନିକ୍ରେ ତିଆରି ହୋଇଛି। ଆଉ ଏହାରି ମାଧ୍ୟମରେ ଖସିପଡିଥିବା ଶିଶୁକୁ ଲିପ୍ଟ କରିବାରେ ସୁବିଧା ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ତିର୍ଚିର ଜଣେ ଶିଶୁ ବୋରଓ୍ବେଲକୁ ଖସିପଡିଥିବା ବେଳେ ଉଦ୍ଧାର ହେବା ବେଳକୁ ତାଙ୍କ ଶରୀର ପଚି ଯାଇଥିଲା। ପୂର୍ବରୁ ମଧ୍ୟ ଏମିତି କିଛି ଘଟଣା ସାମ୍ନାକୁ ଆସିଛି। କେତେବେଳେ ଶିଶୁଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି ପୁଣି କେତେବେଳେ ମୃତ। ଏସବୁ ଘଟଣାକୁ ଦେଖି ରଜାକ ଏମିତି ମେଶିନ ତିଆରି କରିଛନ୍ତି।ଏହି ମେସିନ ଟି ବୋରଓ୍ବେଲର ଗର୍ତ୍ତରେ ଭର୍ତ୍ତିକରି ଭିତରେ ପଡିଥିବା ଶିଶୁକୁ ସହଜରେ ଉପରକୁ ଉଠାଇଆଣଇହେବ ବୋଲି ରଯାକ କହିଛନ୍ତି

10/11/2019

Leave a Reply

Your email address will not be published. Required fields are marked *

Comments