Bikash Khabar
ଆଦର୍ଶ ଓ ଉତ୍କର୍ଷ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ଅନଲାଇନ ଶିକ୍ଷା ଦେବ ଟିସିଏସ୍

ଦେଶର ଅଗ୍ରଣୀ ସଫ୍ଟୱେର କମ୍ପାନୀ ଟିସିଏସ୍ ଓଡ଼ିଶାରେ ନବମ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ଅନଲାଇନ ଶିକ୍ଷା ଦେବ। ଏନେଇ ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସହ ଟିସିଏସ୍ ଚୁକ୍ତି ସ୍ୱାକ୍ଷରିତ କରିଛି ତେବେ ଏହା କେବଳ ୨୧୪ଟି ଆଦର୍ଶ ବିଦ୍ୟାଳୟ ୧୦୧ ଉତ୍କର୍ଷ ବିଦ୍ୟାଳୟରେ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ନବମ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ଅନଲାଇନ କ୍ଲାସ ପାଇଁ ଟିସିଏସ୍ ପକ୍ଷରୁ ଯେଉଁ ଅଫର ଦିଆଯାଇଥିଲା, ତାହା ଆଜି ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଛି ଏନେଇ ରେଜିଷ୍ଟ୍ରେସନ ମଧ୍ୟ ଶେଷ ହୋଇଛି କୋଭିଡ ଯୋଗୁଁ ରାଜ୍ୟରେ ସ୍କୁଲ ବନ୍ଦ ରହିଛି। ଏବର୍ଷ ସ୍କୁଲ ଖୋଲିବନି ବୋଲି ରାଜ୍ୟ ସରକାର ମନା କରିଦେଇଛନ୍ତି। ତେଣୁ ଅନଲାଇନ ଶିକ୍ଷା ଜାରି ରହିବ। ଏହାକୁ ଦୃଷ୍ଟିରେ ରଖି ପିଲାଙ୍କୁ ସାହାଯ୍ୟ କରିବାକୁ ଟିସିଏସ୍ ଆଗେଇ ଆସିଛି ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

 

13/11/2020

Leave a Reply

Your email address will not be published. Required fields are marked *

Comments