Bikash Khabar
ବୟସ ଆଗରେ ହାର ମାନିଛି ଶିକ୍ଷଦାନ ର ନିଶା

ଦେହରେ ବଳ ନାହିଁ ଚାଲିବାକୁ ଜୀବନ ରେ  ଖେଳିଛନ୍ତି ଶତକୀୟ ଇନିଂସ୍ ତଥାପି ଦେଶର ଭବିଷ୍ୟତଙ୍କୁ ଗଢି ତୋଳିବାରେ ତାଙ୍କ ନିଷ୍ଠା ସମସ୍ତଙ୍କୁ ତାଜୁବ କରିଛି ବିନା ପାଉଣାରେ ପିଲାମାନଙ୍କୁ ପାଠ ପଢାଇ ଚାଲିଛନ୍ତି ଦିନେ କି ବର୍ଷେ ନୁହେଁ, ଦୀର୍ଘ ୭୫ ବର୍ଷ ଧରି ନିଜ ତପସ୍ୟାକୁ ଅଟଳ ରଖିଛନ୍ତି ନନ୍ଦ ସାର୍ ଯାଜପୁର ସୁକିନ୍ଦା ବାରତଣ୍ଡାର ନନ୍ଦ ପ୍ରାସ୍ତି ଦିନବେଳେ ଛୋଟଛୋଟ ପିଲାମାନେ ସାଜନ୍ତି ତାଙ୍କ ଛାତ୍ର ଆଉ ରାତିରେ ବୟସ୍କଙ୍କୁ ସେ ପାଠ ପଢାଇବାକୁ ଆଦୌ ସଙ୍କୋଚ କରନ୍ତି ନାହିଁ ପଢାଇବାକୁ ସେପରି କୌଣସି ବିଶେଷ ସ୍ଥାନ ନାହିଁ ଗଛତଳେ ବସେ ତାଙ୍କ ଚାଟଶାଳି ଗାଁ ସରପଂଚଙ୍କ ବାରମ୍ବାର କହିବା ସତ୍ତ୍ୱେ, ସେ କେବେ ବି ସରକାରୀ ପ୍ରୋତ୍ସାହନକୁ ଆଖେଇ ନାହାନ୍ତି । ନନ୍ଦ ପ୍ରାସ୍ତି କହନ୍ତି ଗାଁର ଅଶିକ୍ଷିତ ଲୋକଙ୍କୁ ଦେଖି ସେ ବ୍ୟଥିତ ହୋଇଥିଲେ ଏପରିକି ଅଧିକାଂଶ ଲୋକ ଦସ୍ତଖତ କରିବା ବି ଜାଣିନଥିଲେ ସେମାନଙ୍କୁ ପଢାଇବାକୁ ମୁଁ ଉତ୍ସାହିତ କରିଥିଲି ଅନେକ ଲୋକ ଏଥିରେ ରାଜି ହୋଇ ମୋ ପାଖକୁ ପଢିବାକୁ ଆସିଥିଲେ ଏବେ ସେମାନଙ୍କ ନାତିନାତୁଣୀଙ୍କୁ ମୁଁ ପାଠ ପଢାଉଛିଗାଁ ସରପଂଚଙ୍କ ଅନୁଯାୟୀ ବିଗତ ୭୫ ବର୍ଷ ଧରି ସେ ଶିକ୍ଷାଦାନ କରିଆସୁଛନ୍ତି ସେ ସରକାରୀ ପ୍ରୋତ୍ସାହନକୁ ନା କହିଥିଲାବେଳେ ଗାଁ ଲୋକେ ଏକ ସ୍କୁଲ ନିର୍ମାଣ କରିବାକୁ ଯୋଜନା କରିଛନ୍ତି ଅନ୍ୟପଟେ ଖରାପ ପାଗ କିମ୍ବା କୌଣସି ସ୍ଥିତି ନନ୍ଦ ସାରଙ୍କ ଦୃଢ ସଂକଳ୍ପକୁ ଦୋହଲାଇପାରିନି ଖରା, ବର୍ଷା ଶୀତରେ ବି ଚାଲେ ନନ୍ଦ ସାରଙ୍କ ଚାଟଶାଳି

15/10/2020

Leave a Reply

Your email address will not be published. Required fields are marked *

Comments