Bikash Khabar
ଦେବାଳିଆ ସ୍ଥିତିରେ ବିମାନ ଶିଳ୍ପ, ସାରା ବିଶ୍ୱରେ ଗଲାଣି ୪ ଲକ୍ଷ ନିଯୁକ୍ତି

କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ଗୁରୁତର ମାନବୀୟ ସଂକଟ ସୃଷ୍ଟି ହେବାର ଆଶଙ୍କା ଦିନକୁ ଦିନ ଦୃଢ ହେବାରେ ଲାଗିଛି ବ୍ଲୁମ୍ବର୍ଗର ଏକ ରିପୋର୍ଟ ଅନୁସାରେ କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ବିମାନ ଚଳାଚଳ ଶିଳ୍ପ ଗୁରୁତରଭାବେ କ୍ଷତିଗ୍ରସ୍ତ ହୋଇଛି ଏହା ଫଳରେ ଏବେ ସୁଦ୍ଧା ପ୍ରାୟ ଏହି ଶିଳ୍ପ ସହ ସଂପୃକ୍ତ ପ୍ରାୟ ଲକ୍ଷ ଲୋକ ନିଯୁକ୍ତି ହରାଇସାରିଲେଣି ତେବେ ଏହି ରିପୋର୍ଟରେ ସତର୍କ କରାଯାଇଛି ଯେ ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱରେ ବିମାନ ଚଳାଚଳ ବନ୍ଦ ରହିଛି ଲୋକମାନେ ନିଜର ଟିକେଟ ବାତିଲ କରୁଛନ୍ତି ବିମାନ ସେବା କମ୍ପାନିଗୁଡ଼ିକ ଦେବାଳିଆ ହୋଇଚାଲିଛି ଫଳରେ ଆଗକୁ କୋଟି କୋଟି ଲୋକ ନିଯୁକ୍ତି ହରାଇବା ଆଶଙ୍କା ଦେଖାଦେଇଛି ଭାରତରେ ଦୀର୍ଘଦିନ ଧରି ଚାଲିଥିବା ଲକଡାଉନ ଯୋଗୁଁ ବିମାନ ସେବା ଶିଳ୍ପ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି ଫଳରେ ପ୍ରାୟ ୨୯ ଲକ୍ଷ ୩୨ ହଜାର ନିଯୁକ୍ତି ଉପରେ ବିପଦ ଘନେଇ ଆସୁଛି ବୋଲି ଅନ୍ତର୍ଜାତୀୟ ବିମାନ ପରିବହନ ସଂଗଠନ (ଆଇଏଟିଏ) ପକ୍ଷରୁ ଅଟକଳ କରାଯାଇଛି ଭାରତର ରାଷ୍ଟ୍ରାୟତ୍ତ ବିମାନ ସେବା କମ୍ପାନି ନିଜର ଅଧିକାଂଶ କର୍ମଚାରୀଙ୍କୁ ଛୁଟିରେ ପଠେଇବାକୁ ଘୋଷଣା କରିଛି ଆଗକୁ ଅନ୍ୟ ଘରୋଇ କମ୍ପାନିମାନେ ମଧ୍ୟ ସମାନ ପଦକ୍ଷେପ ନେବାର ଆଶଙ୍କା ରହିଛି

 

26/07/2020

Leave a Reply

Your email address will not be published. Required fields are marked *

Comments