Bikash Khabar
ଝିଅଟିଏ ଜନ୍ମହେଲେ ଲଗାଯାଏ ୧୦୧ ଚାରା,ଏବେ ପ୍ରତ୍ୟେକ ଝିଅଙ୍କ ବ୍ୟାଙ୍କ ଖାତାରେ ଲକ୍ଷାଧିକ ଟଙ୍କାର ଜମା

ଏହି ଗାଁରେ ଜନ୍ମ ହେଉଥିବା ପ୍ରତ୍ୟେକ ଝିଅର ନାମରେ ତାର ପରିବାର ୧୦୧ ଟି ଚାରା ରୋପଣର ନିୟମ ୨୦୦୬ ମସିହା ଠାରୁ ରହିଛି।ସେହି ସମୟରେ ସରପଞ୍ଚ ଥିବା ଶ୍ୟାମ ସୁନ୍ଦର ପାଲିବାଲ ଏଭଳି ଏକ ନିଆରା ଅଲିଖିତ ନିୟମ ଗାଁରେ ଆରମ୍ଭ କରିଥିଲେ ଏହି ଗାଁଟିର ନାଁ ହେଉଛି ପିପିଲନ୍ତ୍ରୀ।ଏହା ରାଜସ୍ଥାନ ରାଜସମନ୍ଦ ଜିଲ୍ଲାରେ ରହିଛି ଏହା ଏକ ଚର୍ଚିତ ଗାଁ  ଏଠି  କନ୍ୟା ସନ୍ତାନ ଜନ୍ମ ହୋଇଥିବା ପରିବାର ସରକାରୀ ଜମିରେ ୧୦୧ ଟି  ଚାରା ରୋପଣ କରିବା ପରେ ପୁରା ଗାଁ ଏହାର ଜଗାରଖା ଦାୟିତ୍ୱ ନେଇଥାଏ ପଂଚାୟତ ଏଥିପାଇଁ ଜମି ସଂରକ୍ଷିତ କରି ରଖିଛି। ଫଳ,ଫୁଲ,ଔଷଧୀୟ ଗୁଣଥିବା ବୃକ୍ଷ ସହିତ ଗୃହ ଉପକରଣ ହେଉଥିବା ପ୍ରଜାତିର ବୃକ୍ଷ ରୋପଣ କରାଯାଇ ଏଥିରୁ ହେଉଥିବା ଆୟ ଅମଳସମ୍ପୃକ୍ତ ଝିଅର ବ୍ୟାଙ୍କ ଖାତାକୁ ଯାଏ ଝିଅଟି ପରିବାର ପାଇଁ ବୋଝ ନୁହଁ ବରଂ ଆଶୀର୍ବାଦ ଏକଥା ହୃଦୟଙ୍ଗମ କରାଇବା ପାଇଁ ଶ୍ୟାମ ସୁନ୍ଦର ଏଭଳି ଅଭିନବ ପରିକଳ୍ପନା କୁ ଆରମ୍ଭ କରିଥିଲେ। ତେବେ ଏହି ସୁନ୍ଦର ଯୋଜନା ପଛରେ ଆଉ ଏକ ହୃଦୟସ୍ପର୍ଶୀ କାହାଣୀ ଛପି ରହିଛି।ଶ୍ୟମସୁନ୍ଦରଙ୍କ ଏକମାତ୍ର ଯୁବତୀ ଝିଅ ୨୦୦୬ ରେ ହଠାତ ମୃତ୍ୟୁବରଣ କରିଥିଲେ। ନିଜ ଝିଅର ଦୁଃଖ ଭୁଲିବ ପାଇଁ ତାରି ସ୍ମୃତିରେ ଚାରା ବୃକ୍ଷଟିଏ ରୋପଣ କରିଥିଲେ ଶ୍ୟାମ ସୁନ୍ଦର ଗଛଟି ଛନଛନିଆ ହୋଇ ବଢିବା ପରେ ସେ ଗାଁର ଅନ୍ୟ ଝିଅ ମାନଙ୍କ କଥା ଭାବିଲେ ଏପରି ଏକ ଚିନ୍ତାଧାରା ଗ୍ରାମବାସୀ ଙ୍କୁ କହିଲେ ଗ୍ରାମବାସୀ ଏହି ଯୋଜନାର ନାମ ଦେଲେ କିରଣ ନିଧି ଯୋଜନା।ଏବେ ଗାଁରେ ୯୩ ହଜାର ବିଭିନ୍ନ ପ୍ରଜାତିର ବୃକ୍ଷ ଗାଁ କନ୍ୟା ସନ୍ତାନ ଙ୍କ ପାଇଁ ନିଆରା ପରିଚୟ ହୋଇ ଠିଆ ହୋଇଛି। ଗାଁର କୌଣସି ଝିଅ ନିଜକୁ  ଅବଳା,ଦୁର୍ବଳା ବୋଲି ଭାବୁନାହିଁ    

21/07/2019

Leave a Reply

Your email address will not be published. Required fields are marked *

Comments