Bikash Khabar
ଭଲ ଖବର,ଆଗାମୀ ୬ ମାସ ମଧ୍ୟରେ ଦିଲ୍ଲୀ ର ଏହି ୬ ବଜାର ହେବ ଯାନବାହାନ ମୁକ୍ତ

ଉତ୍ତର ଏବଂ ପୂର୍ବ ନିଗମ ଭିଡ଼ ପ୍ରଦୂଷଣରୁ ଜନଗଣଙ୍କୁ ସୁରକ୍ଷା ଦେବା ପାଇଁ ଟି ବଜାରକୁ ଯାନବାହାନ ଚଳାଚଳ ରୁ ମୁକ୍ତ କରିବ ଏଥିପାଇଁ ସର୍ଭେ ଆରମ୍ଭ ହୋଇଯାଇଛି। ଏହି ବଜାର ଗୁଡିକର ବଜାର କମିଟି ସହିତ ଏକାଧିକ ଥର ଆଲୋଚନା ସରିଛି। ଏହା ପୂର୍ବରୁ ଦିଲ୍ଲୀ ଉତ୍ତର ନିଗମ ପକ୍ଷରୁ କରୋଲବାଗ ଅଞ୍ଚଳର ଅଜମଲ ଖାଁ ରୋଡ଼ କୁ ଯାନବାହାନ ଚଳାଚଳ ମୁକ୍ତ ଅଂଚଳ ଭାବେ ଘୋଷଣା କରାଯାଇଛି। ଅଜମଲ ଖାଁ ରୋଡ଼ କୁ ନମୁନା ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରାଯାଇଥିଲା। ଏହାର ସଫଳତା ଦେଖିବା ପରେ ନିଗମ ଅଧିକାରୀ ଏବେ ଆଗାମୀ ମାସ ମଧ୍ୟରେ ପିଲି କୋଠି,ଗାନ୍ଧିନଗର,ଚାନ୍ଦିନୀ ଚୌକ ନୟା ବଜାର,କରୋଲ ବାଗ ଦେଶବନ୍ଧୁ ରୋଡ଼ ,ଅରୁଣା ଆସଫଅଲ୍ଲୀ ରୋଡ଼,ଲକ୍ଷ୍ମୀନଗର ରୋଡ଼ କୁ ଯାନବାହାନ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯିବ। ନୂଆଦିଲ୍ଲୀ ରେଲୱେ ଷ୍ଟେସନ ଠାରୁ ଚାନ୍ଦିନୀ ଚୌକ ଏବଂ କରୋଲ ବାଗ ବିଭିନ୍ନ ବଜାର ରେ ସର୍ବସାଧାରଣ ଙ୍କ ସହଜ ଯାତାୟାତ କୁ ଏବେ ପ୍ରାଧାନ୍ୟ ଦିଆଯାଉଛି    

17/08/2019

Leave a Reply

Your email address will not be published. Required fields are marked *

Comments