Bikash Khabar
ଡାକ୍ତର ଚିତ୍ତରଞ୍ଜନଙ୍କ ନିଆରା ମାନବିକତା,ପାଦରେ ଚାଲି ଚାଲି ଯୋଗାଉଛନ୍ତି ସ୍ବାସ୍ଥ୍ୟସେବା

ସ୍ୱାଧୀନ ଭାରତ ହେବାର ସାତ ଦଶନ୍ଧିରୁ ଅଧିକ କାଳ ବିତିସାରିଥିଲେ ମଧ୍ୟ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟସେବା ସାତ ସପନ। କିନ୍ତୁ କୋରାପୁଟ ଜିଲ୍ଲାର ଦଶମନ୍ତପୁରରେ ଡାକ୍ତରଖାନା ଆସୁନଥିବା ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚୁଛି, ସାଥିରେ ପହଞ୍ଚୁଛି ମାଗଣା ଔଷଧ, ସଚେତନତା ଏବଂ ଭଲପାଇବା। ଏଭଳି ଗାଁମାନଙ୍କରେ ବସବାସ କରୁଥିବା ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ଅଭିନବ ମଡେଲ ପ୍ରସ୍ତୁତ କରିଛନ୍ତି କୋରାପୁଟର ଦଶମନ୍ତପୁର ଗିରିଲିଗୁମ୍ମାରେ କାର୍ଯ୍ୟରତ ଡାକ୍ତର ଚିତ୍ତରଞ୍ଜନ ଜେନାଏଥିପାଇଁ ସେ ମାଇଲ ମାଇଲ ଦୁର୍ଗମ ବାଟ ପାଦରେ ଚାଲି ସ୍ୱାସ୍ଥ୍ୟସେବା ସୁବିଧା ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ଏଥିପାଇଁ ଆଜି ପ୍ରବାସୀ ଓଡ଼ିଆ ବିକାଶ ସମିତି ପକ୍ଷରୁ ସେ ଦିଲ୍ଲୀଠାରେ ସମ୍ମାନିତ ହେବା ପରେ ସାରା ରାଜ୍ୟରେ ତାଙ୍କ ମହତ୍ପ୍ରୟାସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ତେବେ ସେ ଏକା ନୁହନ୍ତି, ତାଙ୍କ ସହିତ ଜଣ ସହଯୋଗୀ ମଧ୍ୟ ଅଛନ୍ତି। ଏହି କମିଟିର ନାଁ ସେ ଦେଇଛନ୍ତି, ‘ଗାଁକୁ ଚାଲ କମିଟି ତାଙ୍କର ଏହି ଅଭିଯାନ ବିଷୟରେ ଡାକ୍ତର ଚିତ୍ତରଞ୍ଜନ କୁହନ୍ତି, ‘ୱାନ୍ଡେ ୱିଥ୍ଗଡ୍ସ ଓନ୍ପିପୁଲବା ଭଗବାନଙ୍କ ନିଜ ଲୋକଙ୍କ ସହ ଦିନେ ଅର୍ଥାତ ସେ ପ୍ରକୃତି କୋଳରେ ବସବାସ କରୁଥିବା ଆଦିବାସୀଙ୍କୁ ଭଗବାନଙ୍କ ନିଜ ଲୋକବୋଲି ଭାବନ୍ତି। ସେ କୁହନ୍ତି, ସେମାନଙ୍କ ସେବା ହିଁ ପ୍ରକୃତ ସେବା, ସେଥିରେ ହିଁ ଆତ୍ମସନ୍ତୋଷ ମିଳେ।ଟକ ଏସସିବି ମେଡିକାଲ କଲେଜ୍ ପ୍ରାକ୍ତନ ଛାତ୍ର ସଂସଦ ସଭାପତି ଡା. ଚିତ୍ତରଞ୍ଜନ ଏପରି ଅଭିନବ କାର୍ଯ୍ୟ ପାଇଁ କାହିଁକି ଚିନ୍ତା କଲେ ପଚାରିଲେ କୁହନ୍ତି, ୨୦୦୭ ମସିହାରେ ଦଶମନ୍ତପୁର ବ୍ଲକ୍ରେ ହଇଜା ବ୍ୟାପି ୩୫୦ ଜଣଙ୍କ ଜୀବନ ନେଇଥିଲା। ଏହି ଘଟଣା ତାଙ୍କୁ ଅପ୍ରମିତ ଦୁଃଖ ଆଣି ଦେଇଥିଲା। ଏହି ନିରୀହ ଅବହେଳିତ ଆଦିବାସୀଙ୍କ ପାଇଁ ସେ କିଛି କରିବାକୁ ମନସ୍ଥ କରିଥିଲେ, ଯାହା ୨୦୧୭ ମସିହା ଅଗଷ୍ଟ ୧୫ରେ ବାସ୍ତବ ରୂପ ନେଇଥିଲା।ଅପହଞ୍ଚ ଇଲାକାରେ ଥିବା ଗାଁ ଗୁଡ଼ିକୁ ଗାଁକୁ ଚାଲ କମିଟି ସଦସ୍ୟମାନଙ୍କ ସହ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା, ମାଗଣା ଔଷଧ ବଣ୍ଟନ ଏବଂ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରନ୍ତି। ମଶା କାହିଁକି ହୁଅନ୍ତି ବୁଝାଇବା, ମଶାରୀ ବ୍ୟବହାର ସାବୁନ୍ରେ ହାତ ଧୋଇବାର ଲାଭ ଏବଂ ପରିବେଶ ସଫାସୂତୁରା ରଖିବା ଆଦି ଲୋକଙ୍କୁ ବୁଝାନ୍ତି। ହଇଜା ଭଳି ଜଳ ବାହିତ ରୋଗ କାହିଁକି ହୁଏ ସ୍ୱଚ୍ଛ ପାନୀୟ ଜଳ ପିଇବାର ଉପକାରିତା ବାବଦରେ ମଧ୍ୟ ସେମାନଙ୍କୁ ବୁଝାଇଥାନ୍ତି। ଏସବୁ ବାଦ୍ବାଲ୍ୟବିବାହ, ଝଡ଼ାଫୁଙ୍କା ଆଦି ବିଭିନ୍ନ ସାମାଜିକ କୁପ୍ରଥା ଅନ୍ଧବିଶ୍ୱାସ ସମ୍ପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରନ୍ତି।ଏହି କମିଟି ଅଧୀନରେ ଏବେ ସ୍ୱାସ୍ଥ୍ୟ ସହାୟକ ବାହିନୀମଧ୍ୟ ଗଠିତ ହୋଇଛି ଏମାନେ ଗାଁରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦାୟିତ୍ୱ ନେଉଛନ୍ତି। ଏଥିରେ ଆଶା କର୍ମୀ, ଏଏନ୍ଏମ୍ଏବଂ ଡାକ୍ତରଙ୍କ ବଡ଼ ଭୂମିକା ମଧ୍ୟ ରହୁଛି। ଡାକ୍ତର ଚିତ୍ତରଞ୍ଜନ କୁହନ୍ତି, ଦିନ ଆସିବ ଯେବେ ଅଧିକ ମୃତ୍ୟୁହାର ସ୍ଵାସ୍ଥ୍ୟ ସଚେତନତାର ଅଭାବ ପାଇଁ ପରିଚିତ ଦଶମନ୍ତପୁର ବ୍ଲକ୍ରାଜ୍ୟର ଆଦର୍ଶ ବ୍ଲକ୍ ମାନ୍ୟତା ପାଇବ।

19/09/2019

Leave a Reply

Your email address will not be published. Required fields are marked *

Comments