Bikash Khabar
୩୦ ବର୍ଷ ଧରି ପ୍ଲେଟ ପ୍ରତି ଟଙ୍କାଏ ଦାମ ରେ ଇଡ଼ଲି ସମ୍ବର ବିକୁଛନ୍ତି ଏହି ୮୦ ବର୍ଷର ମହିଳା

 ଖାଦ୍ୟକୁ ନେଇ ବ୍ୟବସାୟ କରି ବହୁତ ଧନ ସମ୍ପତ୍ତି ରୋଜଗାର କରୁଥିବା ବେଳେ ତାମିଲନାଡୁର ଜଣେ ୮୦ ବର୍ଷର ମହିଳା ବିଗତ ୩୦ ବର୍ଷ ଧରି କେବଳ ଲୋକଙ୍କୁ ଶସ୍ତାରେ ପେଟପୁରା ଖାଇବାକୁ ଦେବେ ବୋଲି ପ୍ରୟାସ ଜାରି ରଖିଛନ୍ତି ଏହି ମହିଳା ଜଣଙ୍କ ହେଉଛନ୍ତି  ତାମିଲ୍ନାଡୁର ବଦିଭେଲମ୍ପାଲ୍ୟମର କେ. କମଲାଥାଲ୍ ସେ କୌଣସି ସାଧାରଣ ମହିଳା ନୁହଁନ୍ତି। ପରିଣତ ବୟସରେ ତାଙ୍କୁ ପରର ଚିନ୍ତା। କେମିତି ଲୋକେ ଗଣ୍ଡେ ଭଲରେ ଖାଇବେ ସେହି ଲକ୍ଷ୍ୟ ନେଇ ସେ ନିଇତି ତାଙ୍କର ଦୋକାନ ଦୁଆର ଖୋଲନ୍ତି। ୩୦ ବର୍ଷ ହେବ କମଲାଥାଲ୍ଗୋଟେ ଇଡ୍ଲି ସମ୍ବର ଦୋକାନ କରିଛନ୍ତି। କମଲାଥାଲ୍ଙ୍କ ପରି ସେ ଦୋକାନ ବି ସାଧାରଣ ଦୋକାନ ନୁହେଁ। କାରଣ ଏହି ଦୋକାନରେ ହିଁ ଟଙ୍କାଟେ ଦେଲେ ପ୍ଲେଟ୍ରେ ଗୋଟେ ବଡ଼ ଇଟ୍ଲି ସହ କିଛି ଚଟପଟା ଚଟଣୀ ମିଳିଯାଏ ଯୌଥ ପରିବାରରେ ଜନ୍ମ ଗ୍ରହଣ କରିଥିଲେ କମଲାଥାଲ୍ ପିଲାଦିନୁ ରୋଷେଇ କରି ପୂରା ପରିବାରକୁ ଖୁଆଇବାର ଇଚ୍ଛା ଆଉ ଅଭ୍ୟାସ ସେମିତି ଥିଲା। ପରିବାରରେ ସମସ୍ତେ ଶାନ୍ତିରେ ଖାଇଲେ କମଲାଥାଲ୍ଙ୍କ ପେଟ ପୂରିଯାଏ। ଖାଇବା ପ୍ରସ୍ତୁତ କରିବା ଏବଂ ଖୁଆଇବା ଦୁଇଟି ତାଙ୍କ ଜୀବନର ଦୁଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ସେଥାପାଇଁ ସେ ବିନା କ୍ଲାନ୍ତିରେ ଲୋକମାନଙ୍କ ପାଇଁ ଖାଇବା ପ୍ରସ୍ତୁତ କରନ୍ତି। କମଲାଥାଲ୍ଏକାକୀ  ତାଙ୍କ ଦୋକାନର ସମସ୍ତ ଦାୟିତ୍ୱ ନେଇଛନ୍ତି। ରାତିରେ ବିରି, ଚାଉଳ ବତୁରେଇ ତାକୁ ବାଟିକି ରଖନ୍ତି ଏବଂ ସକାଳେ ସେ ସେହି ଆଣରେ ଇଟ୍ଲି ପ୍ରସ୍ତୁତ କରନ୍ତି।ଦିନକୁ ସେ ୧୦୦୦ରୁ ଅଧିକ ଇଡ୍ଲି ବିକ୍ରି କରୁଛନ୍ତି। ଦଶ ବର୍ଷ ପୂର୍ବେ  କମଲାଥାଲ୍ଇଟ୍ଲି ପ୍ଲେଟ୍୫୦ ପଇସା ରଖିଥିଲେ। ତାପରେ ସେ ଆଉ ୫୦ ପଇସା ବଢ଼େଇ ପ୍ଲେଟ୍ପିଛା  ଏବେ ଏକ ଟଙ୍କା ରଖିଛନ୍ତି।ଆଉ ଏତେ କମ୍ଦାମ୍ରଖିବା ପଛରେ କମଲାଥାଲ୍ଙ୍କର ଏକ ସୁନ୍ଦର ଉଦ୍ଦେଶ୍ୟ ରହିଛି ତାଙ୍କ କହିବା ଅନୁଯାୟୀ ବଦିଭେଲମ୍ପାଲ୍ୟମର ପ୍ରାୟ ଲୋକ ନିମ୍ନ ମଧ୍ୟମ ବର୍ଗର ଅଧିକାଶଂ ଲୋକଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ। ଏମିତି ପରିବେଶରେ ଲୋକଙ୍କ ପାଇଂ ୧୫-୨୦ ଟଙ୍କା ଖର୍ଚ୍ଚ କରି ଜଳଖିଆ ଖାଇବା କଷ୍ଟକର। ତେବେ ଏହି ବ୍ୟବସାୟରୁ ସେ କିଛି ଲାଭ ପାଆନ୍ତି ବୋଲି ପ୍ରଶ୍ନ କଲେ କମଲାଥାଲ୍କୁହନ୍ତି, ସେଇଟା ତାଙ୍କର ମୁଖ୍ୟ ଲକ୍ଷ୍ୟ ନୁହେଁ।  କିଛି ଲୋକ ତାଙ୍କୁ  ଦର ବଢ଼େଇବାର ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ସେ ମନା କରିଦେଇଥିଲେ। ସେ କହିଥିଲେ ଯେ, ସେ ଗୋଟେ ପ୍ରକାର ଗରିବ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଯେଉଁମାନଙ୍କୁ ଖାଦ୍ୟର ଆବଶ୍ୟକ ରହିଛି ଯେଉଁମାନେ ନିହାତି ଭୋକିଲା, ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ଦେଉଛି। ଭୋକିଲା ପେଟକୁ ନେଇ କି ବ୍ୟବସାୟ?

03/09/2019

Leave a Reply

Your email address will not be published. Required fields are marked *

Comments