Bikash Khabar
ଆଖୁ ଦେଇଛି ଖାଦ୍ୟ ଆଉ ନିରାପତ୍ତା ,ଆଖୁଚାଷରୁ ଲକ୍ଷପତି ହୋଇଛନ୍ତି ବଲାଙ୍ଗୀର ର ଏହି ଚାଷୀ

ଆଖୁକୁ ନେଇ ଜୀବନ, ଆଖୁକୁ ନେଇ ରୋଜଗାର ପରିଶ୍ରମ ଇଛାଶକ୍ତି ଏବେ ବଲାଙ୍ଗୀର ମାୟାବରହା ଗାଁର ଚାଷୀ ଚୈତନ୍ୟ ପଟେଲଙ୍କ ପରିବାରରେ ସୁଖ ସମୃଦ୍ଧିର ନୂଆ ପସରା ମେଲାଇଦେଇଛି ମିଠା ଆଖୁ ଚାଷକୁ ନେଇ ସ୍ବପ୍ନ ଦେଖିଥିଲେ ଚାଷୀ ଚୈତନ୍ୟ ପଟେଲ। ବାପାଙ୍କ ଏହି ନିଷ୍ପତ୍ତିକୁ ଦୁଇ ପୁଅ ବିପିନ ନବୀନ ସମର୍ଥନ କରିଥିଲେ। କେବଳ ଆଖୁ ଚାଷ କରୁନାହାନ୍ତି ବରଂ ଏହି ଆଖୁରୁ ଗୁଡ଼ ତିଆରି କରୁଛନ୍ତି ଏହି ଗୁଡକୁ ବିକ୍ରି କରି ବାର୍ଷିକ ୧୨ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି। ଚୈତନ୍ୟ ଯେତେବେଳେ ନିଜ ପୈତୃକ ଘର ଛାଡି ମାୟାବରହାକୁ ଆସିଥିଲେ ସେତେବେଳେ ଧାନ ଚାଷ ସହ ଅଳ୍ପ କିଛି ଜମିରେ ପାରମ୍ପରିକ ରୀତିରେ ଆଖୁ ଚାଷ କରୁଥିଲେ। କିନ୍ତୁ ବାପାଙ୍କ ଏହି ହାଡଭଙ୍ଗା ପରିଶ୍ରମରେ ଯୋଗଦାନ ଦେଇଥିଲେ ଦୁଇ ପୁଅ। ଆଧୁନିକ ଜ୍ଞାନକୌଶଳ ସାଙ୍ଗକୁ ନିଜେ ଆଖୁରୁ ଗୁଡ଼ ତିଆରି କରି ଏହାକୁ ବିକ୍ରି କରିଥିଲେ। ବଡ କଥା ଏହି ଆଖୁ ଚାଷୀଙ୍କ ଚାଷ ଅଂଚଳର ଅନେକ ଲୋକଙ୍କୁ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ରୋଜଗାର ମଧ୍ୟ ଦେଇଛି। ବର୍ଷ ତମାମ ଅଂଚଳର ଲୋକଙ୍କୁ ଉପାର୍ଜନର ଖୋରାକ ଯୋଗାଇଦେଉଛନ୍ତି ଚୈତନ୍ୟ ଏବେ ଏହି ଚାଷୀଙ୍କ ସ୍ଵଛଳ ଜୀବନଯାପନକୁ ଦେଖି ବହୁ ଚାଷୀ ଆଖୁ ଚାଷ ପ୍ରତି ଆକୃଷ୍ଟ ହେଉଛନ୍ତି ଚାଷକୁ ନେଇ ଚାଷୀ ଆତ୍ମହତ୍ୟାର ଖବର ଭିତରେ ଏହି ସଫଳ ଚାଷୀ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିପାରିଛନ୍ତି।

 

28/10/2019

Leave a Reply

Your email address will not be published. Required fields are marked *

Comments